
ଭୁବନେଶ୍ୱର, ପୁଣି ଦାରୁଠେଙ୍ଗରେ ଅଳିଆ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ଡ଼ମ୍ପିଂ ୟାର୍ଡକୁ ଅଳିଆ ପକାଇବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନାଁ ରାମଚନ୍ଦ୍ର ଗାଗରାଇ ଓ ତାଙ୍କର ବୟସ 46 ବର୍ଷ ବୋଲି ଜଣା ପଡିଛି । ଏହି ଦୁର୍ଘଟଣାପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା ଓ କଟକ ଖୋର୍ଦ୍ଧା ମୂଖ୍ୟ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ଘଟଣା ସ୍ଥଳରେ ପଡିରହିଛି ମୃତ ବ୍ୟକ୍ତିଙ୍କ ସାଇକେଲ। ପୂର୍ବରୁ ଏଭଳି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଯେଉଁ କାରଣରୁ ଡ଼ମ୍ପିଂ ୟାର୍ଡକୁ ଅଳିଆ ଗାଡି ଛାଡିନଥିଲେ ଗ୍ରାମବାସୀ।