
ଖୋର୍ଦ୍ଧା, ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(କେସିସିବି) ପରିଚାଳନା ପରିଷଦ ପାଇଁ ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ପରିସରରେ ଚାଲିଛି ମତଦାନ। ଆଜି ସକାଳ ୭ ଟା ଠାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ପରେ ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ। ୧୧ ଜୋନରେ ୨୨ ଶହ ଭୋଟର ୨୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପ୍ରତି ଜୋନରେ୧୯୯ ଭୋଟର ରହିଥିବା ବେଳେ କେବଳ ୧୫ ନମ୍ବର ଜୋନରେ ୨୧୦ ଭୋଟର ରହିଛନ୍ତି। ପ୍ରତି ବୁଥରେ ପ୍ରିଜାଇଡିଂ ଅଫିସରଙ୍କ ସମେତ ୪ ଜଣ ଲେଖାଏଁ ନିୟୋଜିତ ହୋଇଛନ୍ତି। ବୁଥରେ ଅସ୍ଥାୟୀ ସିସିଟିଭି ସର୍ଭେଲାନ୍ସ ଖଞ୍ଜାଯାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ ଅଛନ୍ତି। ନିର୍ବାଚନ ଶୃଙ୍ଖଳିତ ଭାବେ ଚାଲିଥିବା ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀ ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ଯ, ୧୫ ଜୋନ ବିଶିଷ୍ଟ କେସିସିବି ପରିଚାଳନା ପରିଷଦ ପାଇଁ ୫୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଜଣକ ନାମାଙ୍କନପତ୍ର ନାକଚ ହୋଇଥିବା ବେଳେ ୨୧ ଜଣ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିଥିଲେ। ୪ ଜଣ ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ ରହିଛନ୍ତି। ୧୧ ଜୋନରେ ୨୯ ପ୍ରାର୍ଥୀଙ୍କ ପାଇଁ ଚାଲିଛି ମତଦାନ। ମତଦାତାଙ୍କ ଭୋଟ କାହା ସପକ୍ଷରେ ଯାଉଛି ତାହା ଦେଖିବାକୁ ବାକି ରହିଲା। ମଇଦାନରେ ସମସ୍ତ ଜୋନରେ ବିଜେଡି ଓ ଭାଜପା ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। କିଛି ସ୍ଥାନରେ ସ୍ବାଧିନ ପ୍ରାର୍ଥୀ ବି ଅଛନ୍ତି। ୫ ନମ୍ବର ଜୋନରେ ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଟକ୍କର। ଏହି ଜୋନରେ ୨ ପୂର୍ବତନ ସମବାୟ ଅଧିକାରୀଙ୍କ ହେବ ଭାଗ୍ଯ ପରୀକ୍ଷା।