ଭୁବନେଶ୍ୱର – ସମ୍ବଳକୁ ଦୃଷ୍ଟିରେ ରଖି ନୂତନ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରା ଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ବିଧାନସଭାରେ ସୂଚନା ଦେଇଛନ୍ତି । ତେବେ ଉପକୂଳବର୍ତୀ ଜିଲ୍ଲା ମାନଙ୍କରେ ଅଧିକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରିବାକୁ ସରକାରଙ୍କର ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି ।
ସଭ୍ୟ ଶ୍ରୀ ଅନନ୍ତ ଦାସ, ସୁରେଶ କୁମାର ରାଉତରାୟ, ପ୍ରଶାନ୍ତ ମୁଦୁଲି, ବିଷ୍ଣୁ ସେଠୀ ଓ ବିଷ୍ଣୁପଦ ରାଉତରାୟ, ନରସିଂହ ମିଶ୍ର, ପ୍ରଦୀପ ମହାରଥୀ, ଅତନୁ ସବ୍ୟସାଚୀ ନାୟକ, ଜୟନ୍ତ ଷଡଙ୍ଗୀଙ୍କ ମୂଳ ଓ ଅତିରିକ୍ତ ପ୍ରଶ୍ନର ଉତର ଦେଇ ଓଡିଶାର ଛଅ ଗୋଟି ଉପକୂୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ପୁରୀ ଗଂଜାମ, କେନ୍ଦ୍ରାପଡା , ଜଗତସିଂହପୁର ଓ ଚିଲିକା ସଂଲଗ୍ନ ନୟାଗଡ ଓ ଖୋର୍ଧାରେ ଓସଡମା ଦ୍ୱାରା ମୋଟ ୬୯୪ ଗୋଟି ବହୁ ମୁଖୀ ବାତ୍ୟା ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଇଛି । ଏହା ବ୍ୟତୀତ ଭାରତୀୟ ରେଡକ୍ରସ ସଂସ୍ଥାର ରେଡକ୍ରସ ଶାଖା ଦ୍ୱାରା ୬୫ ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି । ଆବଶ୍ୟକତା ଓ ସମ୍ବଳ ଆଧାରରେ ନୂତନ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ମନ୍ତ୍ରୀ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ ।
ବହୁ ପୂର୍ବରୁ ନିର୍ମିତ ହୋଇଥିବା ଆଶ୍ରୟ ସ୍ଥଳୀକୁ ରାସ୍ତା ସଂଯୋଗ ନ ଥିବା ସରକାର ଅବଗତ ଅଛନ୍ତି । କେତେ ସଂଖ୍ୟାରେ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଖଳୀର ସର୍ଭେ କରା ଯାଇ ରାସ୍ତା ସଂଯୋଗ କରାଯିବ ।