କେନ୍ଦୁଝର,ଗତ ଶୁକ୍ରବାର ଦିନ କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାନଝରି ଡ୍ୟାମକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାର ତିନି ଦିନ ପରେ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭାଲୁକିପତଳା ଗ୍ରାମର କୈଳାସ ମହାନ୍ତଙ୍କ ପୁଅ ପ୍ରତୀକ ମହାନ୍ତ (୨୮) କାନଝରୀ ବନ୍ଧରେ ବୁଡି ଗତ ତିନି ଦିନ ତଳେ ନିଖୋଜ ହୋଇଯାଇଥିଲେ । ତାଙ୍କ ମୃତଦେହ ଆଜି କାନଝରୀ ବନ୍ଧରୁ ଉଦ୍ଧାର ହୋଇଛି । ସେ କାନଝରୀ ଅଂଚଳକୁ ବୁଲିବାକୁ ଯାଇଥିଲେ । ବାଇକଟି ବନ୍ଧର ୨ ନଂ ଫାଟକ ରାସ୍ତାରେ ରଖିଥିବା ବେଳେ ପ୍ରତୀକ ବନ୍ଧରେ ବୁଡି ଯାଇଥିଲେ । ପାଟଣା ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଦଳ ରବର ବୋଟ୍ ସାହାଯ୍ୟରେ ନଦୀ ବନ୍ଧ ଭିତରେ ଅକ୍ଲାନ୍ତ ପରିଶ୍ରମ କରି ଖୋଜାଖୋଜି କରିଥିଲେ ମଧ୍ୟ ପ୍ରତୀକଙ୍କ କୌଣସି ସନ୍ଧାନ ପାଇନଥିଲେ । ଆଜି ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଂଚି ପାଣିରୁ ମୃତଦେହକୁ ଉଦ୍ଧାର କରିଛନ୍ତି ।