-
ସୁସ୍ଥ ହେଲେ ୫୭, ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮୦
ଭୁବନେଶ୍ଵର, ରାଜ୍ୟରେ ଗୋଟିଏ ଦିନରେ ୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୬୧୧୭ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୩୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ କ୍ଵାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୧୩ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୫୭ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୬୫୮୧ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮୦ ରହିଛି ।
ରାଜ୍ୟରେ ନୂଆ ଚିହ୍ନଟ ହୋଇଥିବା ୩୧ ସଂକ୍ରମିତଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରେ ୩, ଭଦ୍ରକ ଜିଲ୍ଲାରେ ୧, କଟକ ଜିଲ୍ଲାରେ ୪, ଦେବଗଡ଼ ଜିଲ୍ଲାରେ ୩, କନ୍ଧମମାଳ ଜିଲ୍ଲାରେ ୨ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୨, ନବରଙ୍ଗପୁର ଜିଲ୍ଲାରେ ୨, ନୟାଗଡ଼ ଜିଲ୍ଲାରେ ୧, ସମ୍ବଲପୁର ଜିଲ୍ଲାରେ ୩ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।