
ବଲାଙ୍ଗିର, ବନ୍ୟ ଜନ୍ତୁ ସଂରକ୍ଷଣ ପର୍ଯ୍ୟାବରଣର ସଂରକ୍ଷଣର ବାର୍ତ୍ତା ନେଇ ମୁରିବାହାଲ ଫରେଷ୍ଟ ମ୍ୟାନେଜମେଣ୍ଟ ୟୁନିଟ ର ବ୍ରାହ୍ମଣୀ ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତି, ଅଙ୍ଗନବାଡି, ଆଶା, ସ୍ଵୟଂ ସହାୟକ ଗୋଷ୍ଠୀ, ସି ଆର୍ ପି, ପି ଆର୍ ଆଇ, ଆମ ଜଙ୍ଗଲ ଯୋଜନା, ଅଣ ସରକାରୀ ସଂଗଠନର କର୍ମକର୍ତ୍ତା ଓ ସଭ୍ୟ ଓ ବନ କର୍ମଚାରୀ ମାନେ ଯୋଗଦେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରି ପରିବେଶକୁ ସୁରକ୍ଷା ଦେବା ସହିତ ବୃକ୍ଷ ଯୋଗୁଁ ଆମେ ଜୀବିତ ଅଛୁ ଏହାର ବିନାଶରେ ଆମର ବିନାଶ ହେବ, ତେଣୁ ଅଧିକରୁ ଅଧିକ ନୂତନ ଚାରା ରୋପଣ ସହିତ ପର୍ଯ୍ୟାବରଣକୁ ସନ୍ତୁଳିତ ରଖିବା ପାଇଁ ସମସ୍ତେ ମିଶି କାର୍ଯ୍ୟ କରୁଛନ୍ତି। ଏହି ଉଦ୍ୟମକୁ ବଲାଙ୍ଗିର ଡିଏଫଓ ନୀତିଶ କୁମାର ପ୍ରସଂଶା କରିଛନ୍ତି।