
ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ସ୍ବଳ୍ପ ସଞ୍ଚୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ଵ ମିତବ୍ୟୟିତା ଦିବସ ଅବସରରେ ସଂଚୟ ରଥ ଶୁଭାରମ୍ଭ ହୋଇଯାଇଛି । ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ଜିଲ୍ଲାମୁଖ୍ୟ ଡାକପାଳ ରାଜେନ୍ଦ୍ର କୁମାର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ସ୍ଵଳ୍ପ ସଂଚୟ ସଂପର୍କରେ ପ୍ରସ୍ତୁତ ପ୍ରଚାର ପତ୍ରକୁ ଉନ୍ମୋଚନ କରିଥିଲେ।
ଜିଲ୍ଲା ସ୍ଵଳ୍ପ ସଂଚୟ ଅଧିକାରୀ ବିଜୟ କୁମାର ଶତପଥିଙ୍କ ନେତୃତ୍ଵରେ ବିଭାଗର କର୍ମଚାରୀ, ଡାକ ବିଭାଗର କର୍ମଚାରୀ ଓ ସ୍ଵେଚ୍ଛାସେଵୀ ଅନୁଷ୍ଠାନର ସଦସ୍ୟ ମାନେ ସ୍ଵଳ୍ପ ସଂଚୟର ଉପକାରିତା ଉପରେ ବିଭିନ୍ନ ପ୍ଲାକାର୍ଡ଼ ଧରି ସହରର ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ । ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଗସ୍ତ କରି ଜନ ସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେବାର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ଶତପଥି ସୂଚନା ଦେଇଛନ୍ତି।
ସେହିପରି ଟିଟିଲାଗଡ଼ ଉପଖଣ୍ଡରେ ମୁନସିପାଲଟି ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ପାଟଣାଗଡଉପଖଣ୍ଡରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠି ଓ କଣ୍ଟାବାଞ୍ଜିରେ ତହସିଲଦାର ସେ ଅଞ୍ଚଳ ଗ୍ରାମୀଣ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ସେଠାରେ ମଧ୍ୟ ସଂଚୟ ରଥକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ।