ନୂଆଦିଲ୍ଲୀ,କରୋନା ଟୀକାକରଣ ଅଭିଯାନରେ ଦେଶରେ ବର୍ତମାନ ସୁଦ୍ଧା ୨୧୯.୬୨ କୋଟି ଭ୍ୟାକ୍ସିନ ଡୋଜ୍ ଲୋକଙ୍କୁ ଦିଆଯାଇଛି । ତନ୍ମଧ୍ୟରୁ ୯୫.୦୨ କୋଟି ଲୋକଙ୍କୁ ସେକେଣ୍ଡ ଡୋଜ୍ ଓ ୨୨.୦୭ କୋଟି ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦିଆଯାଇଛି । ଗତ ୨୪ ଘଂଟାରେ ୧ ଲକ୍ଷ ୭୨ ହଜାର ୮୩୮ ଜଣଙ୍କୁ ଟୀକାକରଣ କରାଯାଇଛି । ଶନିବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି ।
ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୧ ଲକ୍ଷ ୬୫ ହଜାର ୯୦୧ ନମୂନା ପରୀକ୍ଷଣ
ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ ପାଇଁ ୧ ଲକ୍ଷ ୬୫ ହଜାର ୯୦୧ ନମୂନା ପରୀକ୍ଷଣ କରାଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୯୦.୦୭ କୋଟି ନମୂନାର ପରୀକ୍ଷଣ କରାଯାଇଥିବା ଶନିବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧,୫୭୪ ନୂଆ ମାମଲା : ସୁସ୍ଥ ହେଲେ ୨,୧୬୧, ସକ୍ରିୟ ମାମଲା ୧୮,୮୦୨
ନୂଆଦିଲ୍ଲୀ, ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧,୫୭୪ ନୂଆ କରୋନା ମାମଲା ସାମନାକୁ ଆସିଛି । ୨,୧୬୧ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ସଂକ୍ରମଣର ହାର ରହିଛି ୦.୯୫ ପ୍ରତିଶତ । ବର୍ତମାନ ସୁସ୍ଥ ହାର ରହିଛି ୯୮.୭୭ ପ୍ରତିଶତ । ସକ୍ରିୟ ମାମଲା ରହିଛି ୦.୦୪ ପ୍ରତିଶତ ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶନିବାର ସକାଳ ସୁଦ୍ଧା ଦେଶରେ ୪ କୋଟି ୪୧ ଲକ୍ଷ ୨ ହଜାର ୮୫୨ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮,୮୦୨ ରହିଛି ।