ଭୁବନେଶ୍ୱର – ଭୁବନେଶ୍ୱର ବାଣୀବିହାର ଉକ୍ରଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ବ୍ୟକ୍ତି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀର ଛାତ ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଇଛନ୍ତି । ତାଙ୍କ ଆନୁମାନିକ ବୟସ ପାଖାପାଖି ୫୦ ବର୍ଷ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କୁ ସେଠାରୁ ଉଦ୍ଧାର କରିବାପାଇଁ ଉଦ୍ୟମ ଚାଲିଛି । ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ବିଫଳ ହେବା ପରେ ବ୍ରୁେଂଟା ସ୍କାଏ ଲିଫ୍ଟ ଏବଂ ଜାଲ ଜରିଆରେ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ଆସନ୍ତାକାଲି ଉକ୍ରଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ୍ ଜୁବଲି ପାଳନ ପାଇଁ ପରିଜା ଲାଇବ୍ରେରୀରେ ରଙ୍ଗ ଦିଆଯାଉଥିଲା । ରଙ୍ଗ ଦିଆଯାଉଥିବା ସିଡିରେ ଚଢି ଯୁବକ ଜଣକ ଲାଇବ୍ରେରୀ ଛାତ ଉପରକୁ ଯାଇଥିବା ସନେ୍ଦହ କରାଯାଉଛି ।
ଶୁକ୍ରବାର ପୂର୍ବାହ୍ନରେ ଜଣେ ବ୍ୟକ୍ତି ଲାଇବ୍ରେରୀ ଛାତ ଉପରେ ଚଢିଥିବାର ଦେଖିବାକୁ ମିଳିଥିଲା । ବ୍ୟକ୍ତି ଜଣକ ଉଲ୍ଲଂଘ୍ନ ଥିବା ବେଳେ ବାରମ୍ବାର ତଳକୁ ଡେଇଁବାର ଧମକ ଦେଇଥିଲେ । ତାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଛି । ଆସନ୍ତାକାଲି ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାବେଳେ ଏ ଘଟଣା ବିଶ୍ୱବିଦ୍ୟାଳୟ ପରିସରରେ ହଇଚଇ ସୃଷ୍ଟି କରିଛି । ବିଶ୍ୱବିଦ୍ୟାଳୟର କୁଳପତି, କର୍ମ·ରୀ ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ତାଙ୍କୁ ଉଦ୍ଧାର କରାଯିବା ବେଳେ ସମ୍ଭାବ୍ୟ ଅଘଟଣ ଏଡ଼ାଇବା ନିମନ୍ତେ ଅଗ୍ନିଶମ ବିଭାଗ ପକ୍ଷରୁ ତଳେ ଜାଲ ବିଛାଯାଇଛି । ଖାଇବା ଦେଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଛି । ଡ୍ରୋନ୍ ଦ୍ୱାରା ତାଙ୍କ ଉପରେ ନଜର ରଖାଯାଇଛି ।