
ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ମହକୁମା ମାଲ୍ୟବନ୍ତ ଛାତ୍ରାବାସ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ମେଟ୍ରୋନ ସଂଘର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛିା ସଭାପତି ସ୍ୱେତସ୍ମିତା ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୁବ ନେତା ବଂଶିଧର ମୁଦୁଲି, ସମାଜସେବୀ ଦୁର୍ଯୋଧନ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ!ମେଟ୍ରୋନ ମାନେ ଦୀର୍ଘ ୨୦୦୪ ମସିହାରୁ ଆଶ୍ରମ ବିଦ୍ୟାଳୟର ଛାତ୍ରାବାସ ମାନଙ୍କରେ ଦିବାରାତ୍ରି ୨୪ ଘଣ୍ଟା କାର୍ଯ୍ୟରତ ରହି ଛାତ୍ରଛାତ୍ରୀ ମାନଙ୍କ ଖାଦ୍ୟ ପେୟ ପରିସ୍କାର ପରିଛନ୍ନତା, ସ୍ୱାସ୍ଥ୍ୟ ଅବସ୍ଥା ଇତ୍ୟାଦି ସମ୍ବନ୍ଧରେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସରକାର ସେମାନଙ୍କୁ ଠିକା କର୍ମଚାରୀ ଭାବେ ନିଯୁକ୍ତି ଦେଇଛନ୍ତିା ଯେଉଁଥି ପାଇଁ ମାସିକ ୧୦ ହଜାର ଟଙ୍କା ଦରମା ଆକାରରେ ପ୍ରଦାନ କରାଯାଉଥିବା ବେଳେ ସେଥିରେ ସେମାନଙ୍କ ପରିବାର ଚଳିବା କଷ୍ଟସାଧ୍ୟ ହେଉଥିବା ବେଳେ ସେସବୁକୁ ଖାତିର ନକରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେଉଛନ୍ତିା ତେବେ ବର୍ଷ ବର୍ଷ ଧରି ଏପରି କାର୍ଯ୍ୟ କରି ଆସୁଥିବା ବେଳେ ଏହି ସମୟରେ କୌଣସି ଅସୁବିଧା ଘଟିଲେ ବିଦ୍ୟାଳୟ କର୍ତୁପକ୍ଷଙ୍କୁ ଦାୟୀ କରା ନଯାଇ ମେଟ୍ରୋନ ମାନଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରୋଶମୂଳକ ଭାବେ ପ୍ରଶାସନ ପଦକ୍ଷେପ ନେଉଥିବା ସତ୍ବେ ମଧ୍ୟ ଏମାନେ ନିଜର କର୍ତ୍ତବ୍ୟ ନିରନ୍ତର ଜାରି ରଖିଛନ୍ତି ।ତୁରନ୍ତ ସରକାର ଏହାକୁ ବିଚାର କରି ମେଟ୍ରୋନ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବା ସହ ଦୈନିକ ଆଠ ଘଣ୍ଟା କାର୍ଯ୍ୟ ସମୟ ନିର୍ଘଣ୍ଟ, ଦରମା ବୃଦ୍ଧି, ଛୁଟି ଦିନ ମାନଙ୍କରେ ଦରମା ପ୍ରଦାନ, ମହିଳା କର୍ମଚାରୀଙ୍କୁ ପ୍ରସବକାଳୀନ ଛୁଟିର ମଞ୍ଜୁର ସହ ସେହି ସମୟର ଦରମା ପ୍ରଦାନ ଇତ୍ୟାଦି ଏହି ବୈଠକରେ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରଯାଇଥିଲା । ଆଗାମୀ ଦିନରେ ତୁରନ୍ତ ଏହି ଦାବି ଗୁଡିକ ପୁରଣ କରା ନଗଲେ ରାଜ୍ୟ ସଂଘ ତରଫରୁ ରାଜ୍ୟ ବ୍ୟାପି ଆନ୍ଦୋଳନରେ ମାଲକାନଗିରି ଜିଲ୍ଲାର ସମସ୍ତ ମେଟ୍ରୋନ ସାମିଲ ହେବେ ବୋଲି ବୈଠକରେ ନିଷ୍ପତି ନେଇଥିଲେ!