ମାଲକାନଗିରି, ଆଜି ସକାଳେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକ୍ୟାପଟର ଯୋଗେ ରାଜ୍ୟ ପୁଲିସର ଏ.ଡି.ଜି ସଞ୍ଜିବ ପଣ୍ଡା ମାଲକାନଗିରି ଜିଲ୍ଲାର ଏମ.ଭି.୩ ବି.ଏସ.ଏଫ କ୍ୟାମ୍ପଠାରେ ପହଞ୍ଚିଥିଲେ ମାଓ ମୁକାବିଲା ସହ ଲାଲ୍ ଗଡ଼ରେ ସୁରକ୍ଷା ବ୍ୟବସ୍ଥାକୁନେଇ ସମୀକ୍ଷା ବୈଠକ କରିଥିଲେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ । ଆଇ.ଜି ଅପରେସନ ଅମିତାଭ ଠାକୁର, ବି.ଏସ.ଏଫ ଆଇ.ଜି ଡି.କେ. ଶର୍ମା, ଗୁଇନ୍ଦା ଡିଆଇଜି ଅନିରୁଦ୍ଧ ସିଂ, ଡିଆଇଜି କୋରାପୁଟ ରାଜେଶ ପଣ୍ଡିତ ଓ ବି.ଏସ.ଏଫ ଡିଆଇଜି ଧିରେନ୍ଦ୍ର କୁମାର। ବି.ଏସ.ଏଫ ଓ ଓଡିଶା ପୁଲିସର ମିଳିତ ଉଦ୍ୟମରେ ମାଲକାନଗିରି ଜିଲ୍ଲାରୁ କିପରି ମାଓବାଦୀ ମୁଳପୋଛ ହୋଇ ପାରିଛି ସେ ନେଇ ସଫଳତା ବଖାଣିଥିଲେ ବରିଷ୍ଠ ପୁଲିସ ଅଧିକାରୀ । ଏହାପରେ ଗତକାଲି ଆନ୍ଧ୍ର ଓଡିଶା ସମାନ୍ତରୁ ମିଳିଥିଲା ମାଓବାଦୀଙ୍କ ଏକ ବଡ଼ ଡମ୍ପକୁ ଦେଖିଥିଲେ ପୁଲିସ ବିଭାଗର ଏହି ବରିଷ୍ଠ ଅଧିକାରୀମାନେ ।ସୂଚନା ଅନୁଯାଇ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଜୋଡାମ୍ବ ଥାନା ଅନ୍ତର୍ଗତ କୁସୁମପୁଟ ଜଙ୍ଗଲ ଭିତରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଏସ.ଓ.ଜି ଓ ବି.ଏସ.ଏଫ ବାହିଦୀ ପକ୍ଷରୁ ସେଠାରେ ମିଳିତ ଭାବେ ଚଢାଉ କରାଯାଇଥିଲା । ନକ୍ସଲ ପନ୍ଥିଙ୍କ ଡମ୍ପରୁ ୮ଟି ବନ୍ଧୁକ, ଦୁଇଟି ଲ୍ୟାଣ୍ଡ ମାଇନ, ୨୦ଟି ଡିଟୋନିଟର, ଗୋଟିଓ ଲ୍ୟାପଟପ ଓ ପ୍ରିଣ୍ଟର, ବିଦ୍ୟୁତ ତାର, ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଥିଲେ ଯବାନ ।
Related Stories
November 24, 2024
November 24, 2024