ଜଗନ୍ନାଥ ପ୍ରସାଦ – ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ନୂଆ ଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ବର ତରଫରୁ ପ୍ରକଳ୍ପ ସଂଯୋଜକ ଗୁଲସନ୍ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ଜଗନ୍ନାଥ ପ୍ରସାଦ ବ୍ଲକ ର ରାଉତି ପଞ୍ଚାୟତର ହରିଜନ ପଙ୍କାଳସାହି, ଗୌଡ ପଙ୍କାଳସାହି ଏବଂ ବିଡିପୁର୍ ପଞ୍ଚାୟତର ତରଫ, ପାଣ୍ଡିରିପଡା ଓ ବରକୋଳିଆ ଗ୍ରାମ ଗୁଡିକୁ ସର୍ଭେ କରାଯାଇଛି। ରେଡକ୍ରସ ଯୁବ ପରାମର୍ଶଦାତା ଲୋକନାଥ ମହାନ୍ତି, ଜୟସେନ ବିଶ୍ଵାଳ ଓ ସରୋଜ କୁମାର ନାୟକଙ୍କ ନେତୃତ୍ବରେ ବିଡିପୁର କଲେଜ, ଜଗନ୍ନାଥ ପ୍ରସାଦ କନିଷ୍ଠ ଓ ଡିଗ୍ରୀ କଲେଜରୁ ୬୦ ଜଣ ରେଡକ୍ରସ ସ୍ଵେଚ୍ଛାସେବୀମାନେ ଗ୍ରାମର ପ୍ରତେକ ଘରକୁ ଯାଇ ସର୍ଭେ କରି, ସେମାନଙ୍କର ବିଭିନ୍ନ ସମସ୍ୟା ଗୁଡିକ ପଚାରି ବୁଝିଥିଲେ । ପଦଯାତ୍ରା ଏବଂ ସ୍ଲୋଗାନ୍ ମାଧ୍ୟମରେ ଶିକ୍ଷା, ପରିମଳ, ସ୍ୱାସ୍ଥ୍ୟ ଓ ପ୍ଲାଷ୍ଟିକ୍ ବର୍ଜନ ସମ୍ପର୍କରେ ଜନ ଜାଗରଣ ସୃଷ୍ଟି କରିଥିଲେ। ଦୁଇ କଲେଜ ଶ୍ରୀଯୁକ୍ତ ପ୍ରଭାକର ଶତପଥୀ ଓ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ପୋଷ୍ୟ ଗ୍ରାମ ଗୁଡିକର ସମସ୍ୟା କଣ ? ସର୍ଭେ ରିପୋର୍ଟରୁ ଅବଗତ ହେବା ପରେ, ଭାରତୀୟ ରେଡକ୍ରସ ସୋସାଇଟି ତରଫରୁ, ଲୋକମାନଙ୍କ ପାଇଁ ଆଗାମୀ ବର୍ଷରେ କିଛି କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରକଳ୍ପ ସଂଯୋଜକ ଗୁଲସନ୍ ଦାଶ ଜଣ ସାଧାରଣଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମ ଗତ ୧୯.୧୧.୨୦୧୯ ଠାରୁ ଆରମ୍ଭ ହୋଇ ୨୧.୧୧.୨୦୧୯ ତାରିଖରେ ସମାପ୍ତି ହୋଇଛି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଦଘାଟନ କରିଥିବା ବେଳେ ଅଧ୍ୟକ୍ଷ ପ୍ରଭାକର ଶତପଥୀ ଉଦଯାପନ କରି ରେଡ୍ କ୍ରସ୍ କାର୍ଯ୍ୟକ୍ରମ ଆମ ବ୍ଲକ ରେ ଅନୁଷ୍ଟିତ ହେଉଥିବାରୁ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ