
ନୂଆପଡ଼ା, ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ୨ ପରିସର ମଧ୍ୟରେ ଜିଲ୍ଲା ପ୍ରାଣୀ ବିଭାଗ ପକ୍ଷରୁ ୭୧ତମ ଗୋ-ସାମ୍ବର୍ଦ୍ଧନା ମହୋତ୍ସଵ ପାଳିତ ଗୋମାତା ପୂଜନ ମହୋତ୍ସଵ ପାଳିତ ହୋଇଯାଇଅଛି। ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ରୂପେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁଛନ୍ଦା ସାହୁ ଯୋଗ ଦେଇ ଗୋ ସମ୍ପଦ ବୃଦ୍ଧି ଗ୍ରାମାଞ୍ଚଳରେ ଆର୍ଥିକ ମାନଦଣ୍ଡରେ ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ମୁଖ୍ୟବକ୍ତା ରୂପେ ଯୁଗ୍ମ ନିର୍ଦ୍ଧେଶକ ଚିପିଲିମା, କେଶବ ଚରଣ ସାମନ୍ତରାୟ, ସମ୍ମାନିତ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ନଗର ଅଧକ୍ଷ ଉଜ୍ଜଳ ଗୁପ୍ତା, ଜିଲ୍ଲା ମୁଖ୍ୟ ପ୍ରାଣୀ ଅଧିକାରୀ ସଚିଦା ନନ୍ଦ ପଣ୍ଡା, ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ, ସମାଜସେବୀ ସଞ୍ଜୟ ତିୱାରୀ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା, ପ୍ରମୁଖ ମଞ୍ଚସିନ ହୋଇଥିବା ବେଳେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ସଂଗ୍ରାମ କେଶରୀ ବେହେରା ଧନ୍ୟବାଦ ଦେଇଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାର ଗୋ-ସମ୍ପଦ ଵୃଦ୍ଧି ନେଇ ବ୍ୟାପକ ପଦକ୍ଷେପ ନେଇଛନ୍ତି। ସଭାରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଅଧିକାରୀ କାଲୋ ପଣ୍ଡା ସ୍ଵାଂଗତ ସମ୍ଭାଷଣ ଦେଇଥିଲେ।