ଭୁବନେଶ୍ୱର, ବିଜେପି ବରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଥରେ ଫେରାଦ ହୋଇଛି ବିଜେଡି । ଶନିବାର ଦିନ ବିଜେଡିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି ଧାମନଗର ଉପନିର୍ବାଚନରେ ବିଜେପି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି । ବିଜେପି ପ୍ରଥମେ ପ୍ରାୟୋଜିତ ଭାବେ ମହିଳାଙ୍କ ଦ୍ୱାରା ଟଙ୍କା ବାଂଟି ମିଛ ଭିଡିଓ ଭାଇରାଲ କରିଥିଲା । ସେହିପରି ବିଜେପିର ଆଇଟି ସେଲ୍ ଉଦ୍ଦେଶ୍ୟମୂଳକ ଭାବେ ଏକ ଅଡିଓ ଭାଇରାଲ କରିଛି । ପ୍ରଚାର ପାଇଁ ଯାଇଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଧମକ ଦେଲେ । ଏବେ ବିଜେଡ଼ିର ମହିଳା ଓ ଯୁବ କର୍ମୀଙ୍କୁ ପ୍ରଚାର କରିବାରୁବ୍ଳକ୍ କରୁଛନ୍ତି । ଗାଁ ଗାଁରେ ବିଜେଡ଼ି କର୍ମୀଙ୍କୁ ଗାଳି ଗୁଲଜ ସହ ଗଣ୍ଡଗୋଳ କରୁଥିବା ଲେନିନ୍ ମହାନ୍ତି କହିଛନ୍ତି । ତେଣୁ ପ୍ରତ୍ୟେକ ଗାଁରେ ସର୍ଭିଲାନ୍ସର ଅବଶ୍ୟକତା ଏବଂ ବିଜେଡ଼ି କର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡ଼ି ଦାବି କରିଛି ।
Related Stories
November 25, 2024