-
ଶ୍ରୀମନ୍ଦିର ପ୍ରଶାସନିକ ସୁପରଭାଇଜରଙ୍କ ନିକଟରେ ଅଭିଯୋଗ କଲେ ଭକ୍ତ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଭଡ଼ା ଟିକେ ପାଇବା ପାଇଁ ଭକ୍ତଙ୍କ ଆଶା |କାର୍ତ୍ତିକ ମାସକୁ ଧର୍ମ ମାସ ଭାବେ ମାନି ଅନେକ ଭକ୍ତ ପୁରୀକୁ ଆସନ୍ତି ଏବଂ ହବିଶ ବ୍ରତ କରି ପ୍ରସାଦ ରୂପେ ଅଭଡ଼ା ପାଇଥାନ୍ତି |ଶୁକ୍ରବାର ସକାଳ ସମୟରେ ପୁରୀର ସ୍ଥାନୀୟ ଜଣେ ଭକ୍ତ ଆନନ୍ଦ ବଜାରକୁ ଆସି ବିକ୍ରି ହେଉଥିବା ପୂର୍ବ ଦିନର ଅଭଡ଼ା ଟିକେ କିଣି ଘରକୁ ନେଇଯିବାପାଇଁ ଆନନ୍ଦ ବଜାରରେ ବିକ୍ରି କରୁଥିବା ସୁଆର ସେବକଙ୍କୁ କହିଥିଲେ |ସମ୍ପୃକ୍ତ ସୁଆର ସେବକ ନମ୍ବରୀ ଅବଢ଼ା ପାଇଁ ୪୦୦ ଟଙ୍କା ଦେବାପାଇଁ କହିଥିଲେ |ଭକ୍ତ ଜଣକ ଅଭଡ଼ାର ଚଢ଼ା ଦାମ ଶୁଣିଵା ପରେ ଚକେ ଅର୍ନ୍ନ ଟିକେ ନେବାପାଇଁ ସମ୍ପୃକ୍ତ ସୁଆରଙ୍କୁ ଅନୁରୋଧ କରିଥିଲେ |ହେଲେ ସୁଆର ସେବକ ଅଭଡ଼ା ଦେବାପାଇଁ ରୋକଠୋକ ମନାକରିଥିଲେ |ଭକ୍ତ ଜଣକ ଉପାୟ ଶୂନ୍ୟ ହୋଇ ସିଂହଦ୍ୱାର ବାମପାର୍ଶ୍ଵରେ ଥିବା ଅସ୍ଥାୟୀ ପୋଲିସ ସହାୟତା କେନ୍ଦ୍ରରେ ବସିଥିବା ପୋଲିସ କର୍ମଚାରୀଙ୍କ ସହାୟତା ଲୋଡ଼ିଥିଲେ |ପୋଲିସ କର୍ମଚାରୀ ଜଣକ ସମ୍ପୂର୍ଣ୍ଣ ଘଟଣା ଶୁଣିବା ପରେ କହିଥିଲେ ଶ୍ରୀମନ୍ଦିର ଭିତରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୁପରଭାଇଜର ଦାୟିତ୍ୱରେ ଥିବା ପ୍ରତାପ ନନ୍ଦଙ୍କୁ ଅଭିଯୋଗ କଲେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ |ଭକ୍ତ ଜଣଙ୍କ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୁପରଭାଇଜର ଦାୟିତ୍ୱରେ ଥିବା ପ୍ରତାପ ନନ୍ଦଙ୍କୁ ଅଭିଯୋଗ ଶୁଣାଇ ଥିଲେ ଏବଂ ସେ ସୁଆରଙ୍କୁ ଡାକି ଘଟଣାର ସତ୍ୟତା ପଚାରିଥିଲେ |ପ୍ରଥମେ ସୁଆର ସେବକ କହିଥିଲେ ମୁଁ ମନା କରିନାହିଁ ପରେ ଭକ୍ତ ଏବଂ ସୁଆର ସେବକ ଏକାଠି ପଚାରିଵା ପରେ ମନା କରିଥିଲି ବୋଲି ସେବକ ଜଣକ ନିଜର ଭୁଲ ସ୍ୱୀକାର କରିଥିଲେ |ଯଦି ପୁରୀ ସହର ବାସୀଙ୍କୁ ବ୍ୟବହାର ଏଭଳି ତେବେ ରାଜ୍ୟ ବାହାରୁ ଆସୁଥିବା ବେଙ୍ଗଲୀ, ଛତିଶଗଡ ଏବଂ ଅନ୍ୟ ଭକ୍ତଙ୍କୁ ବ୍ୟବହାର କିଭଳି? ହେଲେ ଏଠି ପ୍ରଶ୍ନ ଉଠୁଛି ଯେ କିଛିଦିନ ତଳେ ଅନେକ ଭକ୍ତ ଏଭଳି ଚଢା ଦରରେ ଅଭଡ଼ା କିଣୁଥିବା ଅଭିଯୋଗ ଆସିଥଲା ଏବଂ ଏହାର ଉତ୍ତର ଟେଲିଭିଜନ ମାଧ୍ୟମରେ ସୁଆର ସେବକ ରଖିଥିଲେ ଯେ ଆମ୍ଭେମାନେ ଚଢା ଦରରେ ଅଭଡ଼ା ବିକ୍ରି କରୁନାହୁଁ |ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ଶ୍ରୀମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଏବଂ ସମ୍ପୃକ୍ତ ସୁଆର ସେବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଗାମୀ ଦିନରେ ଏଭଳି ଭୁଲ କେହି କରିବେନାହିଁ ବୋଲି ବୁଦ୍ଧିଜୀବୀ ଆଶା ପ୍ରକଟ କରିଛନ୍ତି |