ଠାକୁରଙ୍କ ପ୍ରତି ବିଶ୍ଵାସ ଦିନେ ଆସ୍ଥା ରେ ପରିଣତ ହୁଏ।ଏହି ଆସ୍ଥା କୁ ମହିମାମୟ କରିବାପାଇଁ ଭକ୍ତଟିଏ ଠାକୁରଙ୍କ ଶରଣାପନ୍ନ ହୋଇ ଭଜନ ମାଧ୍ୟମରେ ନିବେଦନ ରଖେ। ଏହିଭଳି ଭାବନା ନେଇ, ବ୍ରହ୍ମଗିରି-ସୁନାମୁହିଁର ବିଶିଷ୍ଟ କବି ଗୁଣନିଧି ବରାଳଙ୍କ ରଚିତ ଶ୍ରୀ ପତିତପାବନ ଭଜନମାଳା ପୁରୀ ସିଂହଦ୍ବାର ଠାରେ ଉନ୍ମୋଚନ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ରବିନ୍ଦ୍ର କୁମାର ପଣ୍ଡା ଓ ମିନତୀ ବରାଳ ଅତିଥିଭାବେ ଯୋଗଦେଇଥିବା ବେଳେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୮୦ଟି ଶ୍ରୀଜଗନ୍ନାଥ ସଂସ୍କୃତି ସଂଗଠନ ପ୍ରତିନିଧି ଏଥିରେ ଯୋଗଦେଇଥିଲେ।ଏହି ଉତ୍ସବକୁ ଵିନୋଦ ଭଦ୍ର, ମିନତୀ ରାଉତ, ମନମୋହନ ପ୍ରଧାନ ,ମାଧବ ପଣ୍ଡା, ସୁକାନ୍ତି ନାୟକ, ସୁଶାନ୍ତ ମିଶ୍ର,ବସନ୍ତ ସାହୁ , ସୁଧାକର ଖଡିରତ୍ନ ଓ ଦୁର୍ଗାଚରଣ ଷଡ଼ଙ୍ଗୀ ପରିଚାଳନା କରିଥିଲେ।ପରେପରେ ସିଂହଦ୍ବାର ଠାରେ ସମୂହ ଭଜନ ସହ ପୁରୀ ର ହବିଷ୍ୟାଳି ଓ ସେବାୟତମାନଙ୍କୁ ଭଜନମାଳା ବଣ୍ଟନ କରାଯାଇଥିଲା।
Related Stories
November 25, 2024