ଶାସନ ଦାମୋଦରପୁର ସୂର୍ଯ୍ୟନାରାୟଣ ରଥ ପୁରୀ ଟାଉନ ଥାନା,ଆରକ୍ଷୀ ନିରୀକ୍ଷକଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ଯେ ଗତ ତା ୨୫/୧୦/୨୦୨୨ରିଖରେ ସଂଗଠିତ ସୂର୍ଯ୍ୟପରାଗ ଯୋଗୁଁ ଓଡ଼ିଶାରେ ପ୍ରଚଳିତ ପାଞ୍ଜି ମାନଙ୍କରେ ପରାଗ ସ୍ପର୍ଶ ର
୧୨ଘଣ୍ଟା ପୂର୍ବରୁ ପାକତ୍ୟାଗ, ଦେବନିତୀ ଓ ଅନ୍ନ ଭୋଜନ ନିଷେଧ ସୂଚନା ଦିଆଯାଇଥିଲା। ତଦନୁଯାୟୀ ଓଡ଼ିଶାର ପ୍ରତ୍ୟେକ ଦେବସ୍ଥଳୀରେ ନିତୀ ବନ୍ଦ ରହିଥିବା ବେଳେ ରାଜ୍ୟବାସୀ ମଧ୍ୟ ଏହି ନିର୍ଣ୍ଣୟ କୁ ଗ୍ରହଣ କରିଥିଲେ। ରାଜ୍ୟ ସରକାର ମଧ୍ୟ ଉକ୍ତ ଦିନ ସବେତନ ସ୍ବତନ୍ତ୍ର ଛୁଟି ଘୋଷଣା କରିଥିଲେ। କିନ୍ତୁ ନିଜକୁ ହେତୁବାଦୀ ବୋଲାଯାଉଥିବା କିଛି ବ୍ୟକ୍ତି ଏହି ଅବସରରେ ଏହି ନିର୍ଣ୍ଣୟ କୁ ବିରୋଧ କରି
ପୂର୍ବ ପ୍ରସ୍ତୁତି ମତେ ଭୁବନେଶ୍ଵର ର ସର୍ବସାଧାରଣ ସ୍ଥାନରେ ଚିକେନ ବିରିୟାନି ଖାଇବାସହ ଏହାକୁ ବିଦ୍ୟୁତ ଗଣମାଧ୍ୟମରେ ଜରିଆରେ ସାର୍ବଜନୀନ କରି ଏହା ଅନ୍ଧବିଶ୍ୱାସ ଓ ଏହାକୁ ଗ୍ରହଣ ନକରିବାକୁ କହିଥିବା ଓ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଋଢିବାଦୀ ବୋଲି ଆକ୍ଷେପ କରୁଥିଲେ।
ଏହିକି ଯେ ଏହି ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟର ସମସ୍ତ ବିଦ୍ୟୁତ ଗଣମାଧ୍ୟମରେ ସେଦିନ ବିଭିନ୍ନ ପର୍ଯ୍ୟାୟରେ ସମାଜରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଆଲୋଚନା କରାଯାଇଥିଲା। ସେହି ଆଲୋଚନା ରେ ନିଜକୁ ହେତୁ ବାଦୀ ବୋଲାଯାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଆଲୋଚନା ବେଳେ ହେତୁବାଦୀ ସଂଗଠନର ସଭାପତି ପରିଚୟ ଦେଇଥିବା ଜନୈକ ଶ୍ରୀ ପ୍ରତାପ ରଥ ମଧ୍ୟ ସାମିଲ ଥିଲେ।
ଆଲୋଚନା ବେଳେ ଶ୍ରୀ ରଥ ନିଜକୁ ମନୋବିଜ୍ଞାନ ର ପ୍ରାଧ୍ୟାପକ ବୋଲି ପରିଚୟ ଦେଉଥିଲେ। କିନ୍ତୁ ତାଙ୍କର ପ୍ରତିପକ୍ଷ ଙ୍କ
ପ୍ରତି ଅଶାଳୀନ ବ୍ୟବହାର ସହ ବ୍ରାହ୍ମଣ ଜାତିକୁ ଆକ୍ଷେପ କରୁଥିଲେ। ଗତ ତା ୨୬/୧୦/୨୦୨୨ ରିଖରେ ମଧ୍ୟ ତତ୍ ସମ୍ପର୍କୀୟ ଆଲୋଚନା ବେଳେ ସେ ନନ୍ଦିଘୋଷ ଟିଭିରେ ସମଗ୍ର ବ୍ରାହ୍ମଣ ଜାତିକୁ ଅତି କଦର୍ଯ୍ୟ ଭାବରେ ଆକ୍ଷେପ କରିଥିଲେ। ବ୍ରାହ୍ମଣ ମାନେ ସମାଜର ଶତୃ ବୋଲି କହିବା ସହ ସକଳ ଉନ୍ନତି ର ବାଧକ ବୋଲି ଆକ୍ଷେପ କରିଥିଲେ। ଅର୍ଗସ ଟିଭିରେ ସେହି ସମ୍ପର୍କରେ ଆଲୋଚନା କରିବା ବେଳେ ଅତି ଉତ୍ତେଜିତ ହୋଇ ଅନ୍ୟତମ ଆଲୋଚକ ଜ୍ୟୋତିର୍ବିଦ ଶ୍ରୀ ହରିଶଙ୍କର ମିଶ୍ର ଙ୍କୁ ନନ୍ସେନ୍ସ ଇଡିଅଟ ଓ ଶଳା ବୋଲି ଆକ୍ଷେପ କରିଥିଲେ। ଟିଭିରେ ପ୍ରସାରିତ ଆଲୋଚନା ସମଗ୍ର ପୃଥିବୀରେ ଦର୍ଶକ ଙ୍କ ପାଇଁ ଉନ୍ମୁକ୍ତ ରହିଥିବାରୁ ଶ୍ରୀ ରଥଙ୍କ ଏହି ମନ୍ତବ୍ୟ ଓ
ଆଚରଣ ସମଗ୍ର ବ୍ରାହ୍ମଣ ଜାତିକୁ ସାଧାରଣ ରେ ଅପନିନ୍ଦିତ କରିବା ସହ ଧର୍ମକୁ ବିଶ୍ଵାସ କରୁଥିବା ସମଗ୍ର ହିନ୍ଦୁ ସମାଜ କୁ ବ୍ୟଥିତି କରିଛି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଶ୍ରୀରଥଙ୍କ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓ ଧର୍ମାବଲମ୍ବୀ ଙ୍କ ପ୍ରତି ଆକ୍ଷେପ ସାମ୍ବିଧାନିକ ବିଧି ବିରୋଧ କରୁଥିବା ସ୍ପଷ୍ଟ ହୋଇଛି ।
ଆମ୍ଭେ ମଧ୍ୟ ଜାଣିବାକୁ ପାଇଛୁ ଯେ ସେହି ହେତୁ ବାଦୀ ସଂଗଠନ କିଛି ରାଷ୍ଟ୍ର ବିରୋଧ ସଂଗଠନ ସହ ସମ୍ପର୍କ ରଖି ଆମର ସଂସ୍କୃତି ଓ ଧାର୍ମିକ ବିଭାଜନ ମାଧ୍ୟମରେ ରାଷ୍ଟ୍ର ବିରୋଧ କାର୍ଯ୍ୟରେ ଲିପ୍ତ ରହିଛନ୍ତି।
ଏହାର ତଦନ୍ତ କରାଯାଇ ଉପଯୁକ୍ତ ଆଇନ ସମ୍ମତ ଅପରାଧିକ ଦଫାରେ ମାମଲା କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ।
Related Stories
November 25, 2024