ପୁରୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ଛାତ୍ର ସଂଗଠନ ହେବା ସହ ସାମାଜିକ ସଂଗଠନ ଭାବରେ ସମାଜ ର ଆବଶ୍ୟକତା ଅନୁସାରେ ସେବା ଯୋଗାଇ ଆସୁଛି । ଇତିଅବସର ରେ ସମାଜ ରେ ରକ୍ତ ର ଅଭାବ କୁ ସ୍ୱଳ୍ପ ଭାବରେ ଦୂର କରିବା ନିମନ୍ତେ ଏବିଭିପି ର ଗତିବିଧି ସେବାର୍ଥେ ବିଦ୍ୟାର୍ଥୀ ଓ ପୁରୀ ସହର ର ଅଗ୍ରଣୀ ସେବା ସଂଗଠନ ସମ୍ପର୍କ ର ମିଳିତ ଅନୁକୂଲ୍ୟ ରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀ ବିହାର ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ କୁ ଜଗନ୍ନାଥ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ମହୋଦୟ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ର ଜିଲା ଯୁବ ଅଧିକାରୀ ଶ୍ରୀଯୁକ୍ତ ଜୟ ଶଙ୍କର ଯୋଶୀ ଉପସ୍ଥିତ ଥିଲେ । ଏହାପରେ ଉକ୍ତ ବିଶ୍ବବିଦ୍ୟାଳୟ ର ବିଦ୍ୟାର୍ଥୀ ମାନେ ରକ୍ତ ଦାନ କରିଥିଲେ ।ଓଡ଼ିଶା ସରକାର ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ବ୍ଲଡ଼ବ୍ୟାଙ୍କ ର ଅଧିକାରୀ ଡଃ ଦିପକ କୁମାର ସାହୁ,ମନୋରଞ୍ଜନ ଭୋଇ , ବିରଞ୍ଚି ନାରାୟଣ ବିଶ୍ଵାଳ ,ଅମିତ୍ ପାଢ଼ୀ,ଅରୁଣ ମହାନ୍ତି ଙ୍କ ସହାୟତା ଏହି ରକ୍ତଦାନ ଶିବିର ସଫଳ ଭାବରେ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯକ୍ରମ ଟି ସମ୍ପର୍କର ସଭାପତି ତଥା ଏବିଭିପିର ପ୍ରାନ୍ତ କୋଷାଧ୍ୟକ୍ଷ ସୌମେନ୍ଦ୍ର ଦାସ ଓ ସେବାର୍ଥେ ବିଦ୍ୟାର୍ଥୀ ର ଜିଲା ସଂଯୋଜକ କୃଷ୍ଣ ଚନ୍ଦ୍ର ସାହୁ ନେତୃତ୍ୱ ରେ ସମ୍ପାଦିତ ହୋଇଥିଲା । ଏଥିସହ ଏହି କାର୍ଯକ୍ରମ ରେ ଅତିଥି ଭାବରେ ଏବିଭିପି ପୁରୀ ଜିଲ୍ଲା ପ୍ରମୁଖ ଡଃ ସସ୍ମିତା ବନ୍ଦର ନାୟକ , ଜିଲା ସହ ପ୍ରମୁଖ ଡଃ ରାକେଶ କୁମାର ମିଶ୍ର ଉପସ୍ଥିତ ଥିଲେ ।ଏଥି ସହ ବିଭାଗ ସଂଯୋଜକ ତାରା ପ୍ରସାଦ ଦାଶ,ନଗର ସହ ସମ୍ପାଦକ ବିସ୍ମୟ ରଞ୍ଜନ ପଟ୍ଟନାୟକ, ବାସୁଦେବ ସେନାପତି, ଶିବାନନ୍ଦ ପାଢ଼ୀ , ସୁରେଶ କୁମାର ହାତୀ ,ହିମାଂଶୁ ଶେଖର ଷଡ଼ଙ୍ଗୀ, ପବିତ୍ର ସାହୁ , ସୁରେଖା ବେହେରା ,ସତ୍ୟକାମ ସାହୁ ,ଜିଲା ସଂଗଠନ ସମ୍ପାଦକ ଦେବାଶିଷ ଶତପଥୀ,ନଗର ବିସ୍ତାରିକା ସାଗରିକା ସାହୁ ଉପସ୍ଥିତ ରହି କାର୍ଯକ୍ରମ କୁ ପରିଚାଳନା କରିଥିଲେ