ନୂଆଦିଲ୍ଲୀ,ନୂଆଦିଲ୍ଲୀର ତିନି ମୂର୍ତ୍ତି ରୋଡରେ ଅବସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ 30 ସେପ୍ଟେମ୍ବର ସୁଦ୍ଧା 1,15,161 ପରିଦର୍ଶକ ଭ୍ରମଣ କରିଛନ୍ତି। 15 ଅକ୍ଟୋବର 2022 ରେ, ସର୍ବାଧିକ 3233 ରେକର୍ଡ଼ ସଂଖ୍ୟକ ପରିଦର୍ଶକ ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। 21 ଏପ୍ରିଲ 2022 ରେ ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା।
ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ତଥା ଅନ୍ୟାନ୍ୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ମାନ୍ୟବର ସଦସ୍ୟ, କୂଟନୀତିଜ୍ଞ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଗଣ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି।