
ବାଲେଶ୍ୱର – କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୋଦିତ ନୂତନ ସଂଶୋଧିତ ଟ୍ରାଫିକ ଜରିମାନା ବ୍ୟବସ୍ଥାକୁ ଛାତ୍ରୀଛାତ୍ରମାନଙ୍କ ପ୍ରତି କିଛି ପରିମାଣରେ କୋହଳ କରିବାକୁ ଦାବି କରାଯାଇ ଥିଲା। ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲାସଭାପତି ସୀମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପ୍ରଦାନ କରାଯାଇ ଥିଲା। ଦାବିପତ୍ର ଦେବା ସମୟରେ ବିଜୁ ଜନତା ଦଳର ଜିଲାସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ। ଦାବିପତ୍ରରେ ପ୍ରଥମେ ରାସ୍ତା, ନାଳଗୁଡ଼ିକ ମରାମତି ଶୀଘ୍ର ସାରିବା, ଟ୍ରାଫିକ୍ ଜରିମାନା ବ୍ୟବସ୍ଥା ଲାଗୁ କରିବା, ବୁଲା କୁକୁର, ବୁଲା ଷଣ୍ଢ ରାସ୍ତା ଉପରକୁ ଆସିବାକୁ ନିବୃତ୍ତ କରାଯିବା, ଜରିମାନା ଆଦାୟ ପ୍ରକ୍ରିୟାକୁ ସ୍ବଚ୍ଛ ଏବଂ ସରଳ କରାଯିବା ପାଇଁ ଉଲ୍ଲେଖ କରାଯାଇ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲା ଉପସଭାପତି ଭୁବନାନନ୍ଦ ଦାସ, ଜିଲା କୃଷକ ସଭାପତି ଅଜୟ ସାମଲ, ଜିଲା ସମ୍ପାଦକ ମନୋଜ କୁମାର ରାଉତଙ୍କ ସହ ଛାତ୍ର ଜିଲା ମହାସଚିବ କୁଶାଲ ଚାଟାର୍ଜୀ, ଉପସଭାପତି ସିମନ ସାମଲ, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, କିରଣ ନାଥ, ଚିନ୍ମୟ ମହାନ୍ତିଙ୍କ ସମେତ ଶତାଧିକ ଛାତ୍ରନେତା ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମନ୍ତ୍ରୀ ବେହେରା ସମସ୍ୟାର ସମାଧାନ ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଥିଲ। ଗତକାଲି ରାଜ୍ୟ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଟ୍ରାପିକ ନିୟମ କୁ ତିନି ମାସ ପାଇଁ କହଳ କରି ଦେବା ନିଷ୍ପତି କୁ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ୱାଗତ କରା ଯାଇ ଅଛି ଏବଂ ମୁଖ୍ୟମନ୍ତ୍ରୀ କୁ ଧନ୍ୟବାଦ ଜ୍ଞାପନ ଜଣାଇଛନ୍ତି। ନିୟମ କହଳ କରି ଦେବା ରୁ ଲୁକ ଏବେ ତାଙ୍କର ଜରୁରୀ କାଗଜ ଗୁଡିକୁ ଜଳଦ ଠିକ କରି ନେବେ ବୋଲି ସୂଚନା ଜ଼ିଲ୍ଲା ବିଜୁ ଛାତ୍ର ଜନତା ଦଳ ଅଧ୍ୟକ୍ଷ ସିମନ ଦାସ ମହାପାତ୍ର କହି ଛନ୍ତି