ନୂଆଦିଲ୍ଲୀ, ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି। ଏହାର ତଥ୍ୟ ଅନୁଯାୟୀ, ୨୮.୦୮ ନିୟୁତ ହେକ୍ଟର କ୍ଷେତ୍ରରେ ୩୪୨.୩୩ ନିୟୁତ ଟନ ଉତ୍ପାଦନ ନେଇ ଆକଳନ କରାଯାଇଛି ଯାହାକି ଏକ ରେକର୍ଡ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଏହି ଉପଲବ୍ଧି ପାଇଁ ଉଦ୍ୟାନ କୃଷି କ୍ଷେତ୍ରର ଚାଷୀ, ବୈଜ୍ଞାନିକ ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।