
ଭୁବନେଶ୍ୱର,ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ଆନୁକୁଲ୍ୟରେ ଓଡିଶା ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ ୨୮ ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଫ୍ଲାଗସିପ୍ ପ୍ରଦର୍ଶନୀକୁ ଉଦଘାଟନ କରିବେ ।
ବାଂଲାଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ ଏବଂ ଭିଏତନାମ ଭଳି ଦେଶରୁ ପ୍ରାୟ ୨୫ ଟି ବିଦେଶୀ ଟୁର୍ ଅପରେଟର ଓଡିଶା ଟ୍ରାଭେଲ ବଜାରର ୪ର୍ଥ ସଂସ୍କରଣରେ ଅଂଶଗ୍ରହଣ କରିବେ । ସେହିଭଳି ଔରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଦେହରାଦୁନ୍, ଗୌହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳାଗିରି, ମୁମ୍ବାଇ, ନାଗପୁର, ନାସିକ୍, ନୂଆଦିଲ୍ଲୀ ଓ ଏନସିଆର, ପଞ୍ଜିମ, ପୁଣେ, ରାୟପୁର, ରୋହତକ, ସିଲିଗୁରୀ, ସୁରେନ୍ଦ୍ରନଗର, ଥିରୁବନନ୍ତପୁରମ୍, ବାରାଣାସୀ ଏବଂ ବିଶାଖାପାଟନମ୍ ଭଳି ସ୍ଥାନମାନଙ୍କର ଟୁର ଅପରେଟରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।