
ଭଦ୍ରକ, ଧାମନଗର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ଆଜି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କ୍ରମରେ ସେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିଭିନ୍ନ ପଚାଂୟତ ବୁଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରିବେ ।
ସେହିପରି ବିଜେଡ଼ି ପକ୍ଷରୁ ଏକ ୪୦ ଜଣିଆ ଟିମ୍ ପ୍ରଚାର ମୈଦାନକୁ ଓହ୍ଲାଇଛି । ଏହି ଟିମ୍ ରେ ଅଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାଶ, ସୋଫିଆ ଆଲମ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ପ୍ରଚାରରେ ସାମିଲ୍ ହୋଇଛନ୍ତି ।
ଅନୁରୂପ ଭାବେ କଂଗ୍ରେସ ପକ୍ଷରୁ ହେଭିୱେଟ ନେତା ସୁର ରାଉତରାୟ, ଶରତ ପଟ୍ଟନାୟକ, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାଶ, ନଳିନୀ ମହାନ୍ତି ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି ।