ଭୁବନେଶ୍ଵର, ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ଵର ଆରଡବ୍ଲୁଏସଏସ ସର୍କଲ ଅଫିସ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଭୁବନେଶ୍ଵର ଖାରବେଳନଗର ସ୍ଥିତ ଘର ସମେତ ୬ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି । ସମ୍ବଲପୁର ମୋଦିପଡା ସ୍ଥିତ ତିନି ମହଲା କୋଠା, ବରଗଡ଼ରେ ପୈତୃକ ଘର ଏବଂ ଖୋର୍ଦ୍ଧାରେ ଏହି ଚଢ଼ଉ ଜାରୀ ରହିଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
ଏହି ଚଢ଼ଉରେ ୫ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସଆଇ ସାମିଲ୍ ଅଛନ୍ତି ।