ବଲାଙ୍ଗିର, ବଲାଙ୍ଗିରର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ରାଜସ୍ଵ ବିଭାଗର ଅଧିକାରୀ ବୃନ୍ଦାବନ ବରାଳ ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ହୃଦଘାତ ରୋଗରେ ପୀଡିତ ହୋଇଥିଲେ । ସ୍ଥାନୀୟ ଭୀମଭୋଇ ହସପିଟାଲକୁ ନେବା ସମୟରେ ଗତକାଲି ସନ୍ଧ୍ୟା ୬ ଟାରେ ନିଜ କନ୍ଧପାଲି ପଡା ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି ।
ସେ ନାଗରିକ କମିିଟିର ସକ୍ରିୟ ସଭ୍ୟ ରୂପେ କାର୍ଯ୍ୟ କରି ପୂର୍ବରୁ କୋଷାଧ୍ୟକ୍ଷ ପଦବୀରେ ମଧ୍ୟ କାର୍ଯ୍ୟ କରିଥିଲେ । ଶ୍ରୀ ବରାଳ ଜଣେ ମେଳାପୀ ଓ ମିଷ୍ଟଭାଷୀ ମଣିଷ ଭାବରେ ଜଣାଶୁଣା ଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ନାଗରିକ କମିଟିର ଉପଦେଷ୍ଟା ପ୍ରଫେସର ମଧୁସୁଦନ ପତି, ବିକ୍ରମ ବହିଦାର, ଡା. ଲକ୍ଷ୍ମୀକାନ୍ତ ମହାପାତ୍ର, ସଭାପତି ବେଲାର ସିଂ ଭୋଇ, ଉପସଭାପତି ନିତ୍ୟାନନ୍ଦ ମିଶ୍ର, ସହସଂପାଦକ ଡ. ଚକ୍ରପାଣି ଦାଶ, କୋଷାଧ୍ୟକ୍ଷ ଗଜେନ୍ଦ୍ର ଭମର ତଥା କମିଟିର ଅନ୍ୟାନ୍ୟ ସଭ୍ୟମାନେ ଗଭିର ଶୋକ ପ୍ରକାଶ କରିଛନ୍ତି ବୋଲି ସାଧାରଣ ସଂପାଦକ ମନୋରଂଜନ ସାହୁ ଜଣାଇଛନ୍ତି । ଆଜି ସକାଳୁ ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କର ବାସଭବରେ ଲୋକ ରୁଣ୍ଡ ହୋଇଥିଲେ। ସକାଳ ୮ଟା ସମୟରେ ସ୍ଵର୍ଗତ ବରାଳଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ପାଇଁ ବଲାଙ୍ଗିର ବିଭୁତି ପଦା ଶ୍ମସାନକୁ ତାଙ୍କ ପାର୍ଥୀବ ଶରୀର ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ବଡ ପୁଅ ଅଶୋକ କୁମାର ବରାଳ ମୁଖାଗ୍ନି ଦେଇଥିଲେ। ଏଥିରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଜ୍ଞାତିବନ୍ଧୁ କୁଟୁମ୍ବ ଉପସ୍ଥିତ ଥିଲେ।