ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର 14 ଗୋଟି ନିର୍ଦେଶକ ପଦ ପାଇଁ ଆସନ୍ତା 30 ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଦ୍ୱାରା ଆୟୋଜିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ନିର୍ବାଚନ କର୍ମଶାଳାରେ ବ୍ରହ୍ମଗିରି ବ୍ଲକ ସାଇ କଲ୍ୟାଣ ମଣ୍ଡପ ଠାରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଯେଉଁ ଭଳି ଭାବେ ଆସନ୍ତା 30 ତାରିଖ ଦିନ ଦଳର ସମସ୍ତ ନିର୍ଦେଶକ ପ୍ରାର୍ଥୀମାନେ କି ଭଳି ବିଜୟୀ ଲାଭ କରିବେ ସେନେଇ ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ ନିବେଦନ କରାଯାଇଅଛି।
ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷା ଶକୁନ୍ତଳା ଗଡ଼ୁ, ଜିଲ୍ଲା ପରିଷଦ ଜମ୍ବେଶ୍ଵର ସାହୁ, ଲକ୍ଷ୍ମୀଧର ସାହୁ, ସନ୍ଦିପ କୁମାର ଜେନା, ମୋନାଲିସା ମିଶ୍ର, ବରିଷ୍ଠ ନେତା ବୈରାଗୀ ଜେନା, ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ ଓ ଦଳୀୟ ପଦାଧିକାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।