
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସର୍କିଟ ହାଉସ, ପୁରୀ ଠାରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପୁରୀ ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ଵପ୍ନlରାଣୀ ସ୍ଵାଇଁ ଯୋଗ ଦେଇ, ପୁରୀ ଜିଲ୍ଲା ରେ ଗ୍ରାହକ ମାନେ ଜିନିଷ କିଣୁଥିବା ସମୟରେ ଠକାମୀ ଶିକାର ହେଉଥିବାରୁ ସାମଗ୍ରୀ କିଣିବା ସମୟରେ ବୈଧ ରସିଦ ସଂଗ୍ରହ କରିବା କୁ ପରାମର୍ଶ ଓ ଖାଉଟି ଆଇନ ନେଇ ନାଗରିକ ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ମାନେ ପଦକ୍ଷେପ ନେବାକୁ କହିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧ ହୋତା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ l