ଭୁବନେଶ୍ଵର, ରାଜ୍ୟର୧୫ ସହରରେ ରାତ୍ରି ତାପମାତ୍ରା ୨୦ ଡ଼ିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି । କୋରାପୁଟରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୪.୨ ଡ଼ିଗ୍ରୀ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ୧୬ ଡ଼ିଗ୍ରୀ, ବୌଦ୍ଧ, ସୋନପୁର ଏବଂ ଫୁଲବାଣୀରେ ୧୭ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ଆଗାମୀ ୩ରୁ ୪ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି । ଏଥିସହ ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ ବୋଲି ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ସୂଚନା ମିଳିଛି ।