ଭୁୁବନେଶ୍ୱର, ଓଆରଏଚଡିସି ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ବିନୋଦଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ଜାମିନ ପ୍ରଦାନ କରିଛନ୍ତି । ହାଇକୋର୍ଟ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲଗାଇବା ସହ ଜାମିନର ସର୍ତ ସର୍ବ ନିମ୍ନ ଅଦାଲତ ରଖିବେ ବୋଲି ô କହିଛନ୍ତି ।
ଉଲ୍ଲେଖନୀୟ ଯେ ଏହି ଦୁର୍ନୀତି ମାମଲାରେ ବିନୋଦ କୁମାର ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାରେ ପୂର୍ବରୁ ô ମହମ୍ମଦ ମୋକିମ୍ଙ୍କୁ ଆଶ୍ୱସ୍ତି ମିଳି ସାରିଛି ।