ବଲାଙ୍ଗିର, କାର୍ତିକ ଶୁକ୍ଲ ପ୍ରତିପଦା ତାରିଖ ୨୬ ଅକ୍ଟୋବରରୁ କାର୍ତିକ ଶୁକ୍ଲ ଅଷ୍ଟମୀ ତାରିଖ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭାଗବତ କଥାମୃତ ଟିକରାପଡ଼ା ଚାନ୍ଦ ମନ୍ଦିରରେ ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଛି। ପ୍ରତ୍ୟହ ଦିନ ପୂର୍ବାହ୍ନ ୧୦ଟା ରୁ ଦିନ ୨ଟା ପର୍ୟ୍ୟନ୍ତ ବ୍ୟାସ ସୁବର୍ଣ୍ଣପୁରର ସରୋଜ କୁମାର ବେଦବାକ୍ ଭାଗବତର କଥା ନିଜସ୍ଵ ଶୈଳୀରେ ବର୍ଣନା କରୁଛନ୍ତି। କର୍ତ୍ତା ରୂପରେ ରାଜୀବ ହୋତା ଓ ଧର୍ମପତ୍ନୀ ବନ୍ଦିତା ହୋତା କାର୍ୟ ତୁଲାଇଥିବା ବେଳେ ପୂଜକ କୃଷ୍ଣଚନ୍ଦ୍ର ମିଶ୍ର ପୂଜନ କାର୍ୟ କରୁଛନ୍ତି।
ଚାନ୍ଦ ମନ୍ଦିର ସଭାପତି ପ୍ରଦୀପ କୁମାର ଚାନ୍ଦଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜୀବ ମିଶ୍ର, ଅଶୋକ ଚାନ୍ଦ, ଛାୟା କାନ୍ତ ସାହୁ, ବଳରାମ ମିଶ୍ର, ମହେନ୍ଦ୍ର ବାଗ, ବିରଞ୍ଚି ତ୍ରିପାଠୀ, ଅନିଲ ଠାକୁର, ପୁଷ୍ପାଞ୍ଜଳି ମିଶ୍ର, ହେମଲତା ପଣ୍ଡା, କାଙ୍ଗାଳି ପଣ୍ଡା, ସତ୍ୟନାରାୟଣ ସତପଥୀ ଦ୍ଵିଜରାଜ ମିଶ୍ର, ପାଢୀ ବାବୁ ସମେତ ଟିକରାପଡ଼ା ବାସୀ ସହଯୋଗ କରୁଛନ୍ତି। ବ୍ୟାସଙ୍କୁ ପାଳିଆରେ ସିଦ୍ଧାନ୍ତ ମିଶ୍ର, ସଙ୍ଗୀତ ପିଙ୍କୁ ବେଦବାକ୍, ତବଲାରେ ସୌମୀତ୍ର ଓ ଅର୍ଗାନରେ ଶ୍ଯାମ ସହଯୋଗ କରିଥିଲେ।