
ଗଞ୍ଜାମ, ଗୁଣିଗାରେଡ଼ି ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରି ୨ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମଧୁରଝୋଳି ଗ୍ରାମରେ ଘଟିଛି ଏଭଳି ହିଂସାକାଣ୍ଡ । ଆହତ ୨ ଜଣଙ୍କୁ ଚିକିତ୍ସା ନିମନ୍ତେ ଆସିକା ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଘଟଣାରେ ୯ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ଅନ୍ୟପକ୍ଷରେ ଉତେଜନାକୁ ଦୃଷ୍ଟିରେ ରଖି ବର୍ତମାନ ଗ୍ରାମରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଘଟଣା ପରେ ଗାଁ ପୁରୁଷଶୂନ୍ୟ ହୋଇପଡିଥିବା ବେଳେ ସେଠାରେ ଚାପା ଉତେଜନା ଲାଗିରହିଛି ।