
କନ୍ଧମାଳ, କନ୍ଧମାଳ ଜିଲ୍ଳା ବାଲିଗୁଡ଼ା ସଭାଗୃହ ଠାରେ ବିଜେଡି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ବରେ ବିଜୁ ଜନତା ଦଳର ଜନ ସମ୍ପକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା କରି ବାଲିଗୁଡ଼ା କଲେଜ ଛକ ନିକଟରେ ଥିବା ସଭାଗୃହ ପର୍ଯ୍ୟନ୍ତ ଟୁନା ଦାସଙ୍କ ନେତୃତ୍ବରେ ପଦ ଯାତ୍ରା ହୋଇଥିଲା।
ଯାତ୍ରାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବାଲିଗୁଡା ଏନଏସି ଅଧ୍ୟକ୍ଷା ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତି ନାୟକ, ବାଲିଗୁଡା ପୂର୍ବତନ ବିଧାୟକ ରାଜିବ ପାତ୍ର, ତୁମୁଡିବନ୍ଧ ବ୍ଳକ ସଭାପତି ପ୍ରମୋଦ କୁମାର ସାହୁଙ୍କ ସମେତ ବହୁ ବିଜେଡି କର୍ମୀ ଓ ମହିଳା ଉପସ୍ଥିତ ଥିଲେ। ଶୋଭାଯାତ୍ରା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକର ଯୋଜନା ଉପରେ ଆସିଥିବା ମହିଳା ଓ ଜନସାଧାରଣଙ୍କୁ ବୁଝାଯାଇଥିଲା । ଏହି ପଦଯାତ୍ରାରେ ଦଶ ହଜାରରୁ ପନ୍ଦର ହଜାର ଜନସାଧାରଣ ଯୋଗଦେଇଥିଲେ। ବୈଠକକୁ ବିଜେଡି ବ୍ଳକ ସଭାପତି ଟୁନା ଦାସ ପରିଚାଳନା କରିଥିଲେ।