ପଟନା,ଗୟା ଧାନବାଦ ରୁଟରେ ଗୁରପା ଷ୍ଟେସନ ଠାରେ ବୁଧବାର ସକାଳ ୬ଟାରେ ଏକ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି । ୫୮ ଡବା ବିଶିଷ୍ଟ ଏହି ମାଲବାହକ ଗାଡିର ୫୩ଟି ଡବା ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି । ଏହି ଟ୍ରେନଟି କୋଇଲା ନେଇ ଯାଉଥିଲା । ଦୁର୍ଘଟଣାର କାରଣ ସମ୍ପର୍କରେ ଜଣା ପଡି ନ ଥିବା ବେଳେ ଦୁର୍ଘଟଣା କାରଣରୁ ଏହି ମାର୍ଗରେ ରେଳ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାରେ୍ ଡ୍ରାଇଭର ଓ ଗାର୍ଡ ସୁରକ୍ଷିତ ଅଛନ୍ତି ।
Related Stories
November 23, 2024