ଭଦ୍ରକ -ଜମି ବିକ୍ରୀ ଓ କିଣାକୁ ନେଇ ସରକାରଙ୍କ କଟକଣାକୁ ଫୁ କରୁଛନ୍ତି କେତେକ ଦଲାଲ । ଆରମ୍ଭ କରାଯାଉଛି ବ୍ଲୁ ପ୍ରିଂଟ । ପୁର୍ବପ୍ରସ୍ତୁତ ଯୋଜନାରେ ସାମିଲ ରହୁଛନ୍ତି କେତେକ ସରକାରୀ ବାବୁ । ଜମି ବିକା କିଣା ପାଇଁ ଭଡାରେ ବାପା ସାଜିବା ପାଇଁ ଅଣାଯାଉଛି ତ କେତେବେଳେ ଜମିମାଲିକ । ଜିଲ୍ଲାରେ ଏହାର କାୟା ଏତେ ପରିମାଣରେ ବଢିଯାଇଛି ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡୁଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧିନ ବାଲିମୁଣ୍ଡା ଗ୍ରାମ ପଂଚାୟତର ଆଙ୍କୁଡା ପ୍ରଗଣା ନନ୍ଦପାଟଣା ଗ୍ରାମର ରମେଶଚନ୍ଦ୍ର ପାଳ ସେହି ପଂଚାୟତର ସୁକୁମାର ଗିରିଙ୍କୁ ୧୯୭୩ ମସିହା ମେ ମାସ ତା ୨୨ରିଖରେ ଖାତା ନଂ ୧୫୮ ରୁ ଖ୨୯୮/୩୮୦ ସଡା ମଧ୍ୟରୁ ୫୦ ଡେସିମିଲ ଜମି ବିକ୍ରୀ କରିଥିବା ବେଳେ ଚଂଚକତା ପୁର୍ବକ ଅନ୍ୟ ଏକ ଖାତା ନଂ୧୮୧/୪୭ମ୍ବର ର ଖ ୫୦୨/୮୬୭ ମଧ୍ୟରୁ ଅଧିକ ୫୦ ଡେସିମିଲ ଜମି ନିଜ ନାମରେ କରାଇନେଇଥିବା ଘଟଣାକୁ ନେଇ ରମେଶଙ୍କ ପୁଅ ସମିରଣ ଦିର୍ଘ ବର୍ଷ ବର୍ଷ ଧରି ନ୍ୟାୟ ପାଇବା ଆଶାରେ ଦୈାଡି ଦୈାଡି ନୟାନ୍ତ ହେବା ପରେ ବେ ଜିଲ୍ଲାପାଳଙ୍କ ଠାରେ ଇଚ୍ଛାମୃତ୍ୟୁ କାମନା କରିଛନ୍ତି । ଯାହାଫଳରେ ଜମି ବିକ୍ରୀ ସମୟରେ କୈାଣସି ନା କୈାଣସି ଅପରାଧିକ ମନୋଭାବ ଯୋଗୁଁ ଏପ୍ରକାରର ଅପରାଧ ବଢି ଚାଲିଛି । ଗତ ୧୯୯୩ ମସିିହା ସମୟରେ ତତକାଳୀନ ରାଜସ୍ୱ ନିରୀକ୍ଷକ ନାମଜାରୀ କେଶ ନଂ ୪୩୨୩ମ୍ବରରେ ଏହାକୁ ମଂଜୁର କରାଯାଇଥିବା ଜାଣିବାକୁ ମିଳିଛି । ଏହି ସମୟରେ ରମେଶ ପାଳଙ୍କୁ ଅଥବା ତାଙ୍କ ପୁଅକୁ ଅବଗତ କରାନଯାଇ ଏପ୍ରକାରର ଚଂଚକତା କରାଯାଇଥିବା ସମିରଣ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ମିଳିତ ଭାବରେ ସ୍ୱର ଉଠାଇଥିଲେହେଁ ସରକାରୀବାବୁଙ୍କ ପାରିବାପଣିଆ ଆଗରେ ନିରୁପାୟ ବୋଲି ଅଭିଯୋଗ । ଏସଂପର୍କରେ ସୁକୁମାର ଗିରିଙ୍କ ସହ ଯୋଗାଯୋଗ କରାଯାଇଥିଲେହେଁ ତାହା ସମ୍ଭବ ହୋଇପାରିନଥିଲା । ତେବେ ଏନେଇ ଜିଲ୍ଲା ପ୍ରଶାସନ ତଥା ରାଜସ୍ୱ ବିଭାଗ କିପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି ତା ଉପରେ ସଭିଙ୍କ ନଜର ରହିଛି ।
Related Stories
November 23, 2024
November 23, 2024
November 23, 2024