
ଭୁବନେଶ୍ୱର, ଧାମନଗର ଉପନିର୍ବାଚନରେ ବିଜୁ ଜନତାଦଳ ଓ ଭାରତୀୟ ଜନତା ପାର୍ଟି ଦ୍ୱାରା ହେଉଥିବା ବିଭିନ୍ନ ଅନୈତିକ କାର୍ଯ୍ୟ, ସରକାରୀ କଳର ଅପବ୍ୟବହାର, ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ଭୋଟର ମାନଙ୍କୁ ଭୟଭୀତ କରିବା ସହିତ ଭୋଟ ବ୍ୟବଧାନ ଅଧିକ ହେଲେ ପୁରସ୍କୃତ କରିବା ପ୍ରଲୋଭନ ଦେଖା ଯାଉଛି । ପୂର୍ବାହ୍ନରେ ରାଜ୍ୟ କଂଗ୍ରେସର ଲିଗାଲ୍ କୁଇକ୍ ଆକ୍ସନ କମିଟିର ଅଧ୍ୟକ୍ଷ, ବରିଷ୍ଠ ଆଇନ୍ଜୀବୀ ଶିବାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଏକ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ଅଭିଯୋଗ କରିଛନ୍ତି ।
ଏହି ନିର୍ବାଚନକୁ ନିରପେକ୍ଷ ଉପାୟରେ କରାନଗଲେ, ଆଗାମୀ ଦିନରେ କଂଗ୍ରେସ ଦଳ ଦୃଢ଼ ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବ ବୋଲି ଉପସ୍ଥିତ ସଦସ୍ୟବୃନ୍ଦ ସର୍ବୋପରି ମନୋଜ ନାୟକ, ମିତ୍ରଭାନୁ ମହାପାତ୍ର, ବରିଷ୍ଠ ନେତା ପ୍ରକାଶ ଜେନା ଏହି ସମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତିି ।