
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
-
ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରାଧୀଶ ମା’
ଶ୍ୟାମାକାଳୀ ଓ ଦକ୍ଷିଣ କାଳୀଙ୍କ ପୂଜା ଉତ୍ସବ ମହା ଆନନ୍ଦ ଉଲ୍ଲାସରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି ।ପତ୍ୟୁଷରୁ କାର୍ତିକ ଅବକାଶ ପଠନ, ବିଶ୍ବଶାନ୍ତି ପ୍ରାର୍ଥନା, ସମସ୍ତ ଦେବାଦେବୀଙ୍କ
ମଙ୍ଗଳ ଆଳତୀ ଶେଷ ପରେ ଗୋଟିଏ ଛାତ ତଳେ ଥିବା ମା’ଶ୍ୟାମାକାଳୀ ଓ ଦକ୍ଷିଣ କାଳୀଙ୍କ ମହାସ୍ନାନ ପର୍ବ ହୋଇଥିଲା । ପରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା, ଅଖଣ୍ଡନାମ, ଅଖଣ୍ଡ ଭଜନ ଆଦି କରାଯାଇଥିଲା । ଏହି ଉପଲକ୍ଷେ ପହିଲି ଭୋଗ, ରାଜଭୋଗ ଓ ପଣା ଭୋଗ ଲାଗି କରାଯାଇଥିଲା । ସ୍ଥାନୀୟ
ଅଂଚଳର ଶ୍ରଦ୍ଧାଳୁ, ସମସ୍ତ ଶାଖା ଆଶ୍ରମର ସହଯୋଗରେ ଓ ଭକ୍ତମାନଙ୍କ ଭିକ୍ଷାରେ ଏହି ଉତ୍ସବ ପାଳନ କରାଯାଇଥିଲା । ବ୍ରାହ୍ମଣ ଦେବତାଙ୍କ ଦ୍ଵାରା ହୋମଯଜ୍ଞ, ଚଣ୍ଡିପାଠ ପରେ ପାଣି କଖାରୁ ବଳି ଦିଆଯାଇଥିଲା । ୧୯୪୩ ମସିହାଠାରୁ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି କ୍ଷେତ୍ରରେ
ମା’ଙ୍କ ପୂଜା ଆରମ୍ଭ ହୋଇ ଏବେଯାଏଁ ଚାଲୁ ରହିଛି ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।