
ସ୍ୱଚ୍ଛ ସବୁଜ ପୁରୀ ବସଷ୍ଟାଣ୍ଡ ଅଭିଯାନ କାର୍ଯ୍ୟକ୍ରମରେ ଦୀପାବଳି ଦିନ ପୁରୀ ବସଷ୍ଟାଣ୍ଡ ପରିସରରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଜଗନ୍ନାଥ ଧାମର ବସଷ୍ଟାଣ୍ଡରେ ଜଣେ ଯାତ୍ରୀଟିଏ ଆସିଲେ ପ୍ରଥମେ ପାଦ ପକାଇଥାଏ। ତେଣୁ ଏହି ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଦୀପ ଜଳାଇ ଏକ ବେଦ ପାଠ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ବୈଦିକ ବ୍ରାହ୍ମଣମାନେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି ବେଦ ପାଠ କରି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ବାହାର ଯାତ୍ରୀମାନେ ମଧ୍ୟ ଏହି ପରିବେଶ ଦେଖି ବହୁତ ଖୁସି ହୋଇଥିଲେ। ତେବେ ଦୀପାବଳୀର ସନ୍ଧ୍ୟା ବସଷ୍ଟାଣ୍ଡ ପରିସରରେ ବେଦ ଧ୍ୱନିରେ ମହାପ୍ରଭୁଙ୍କ ଆଧ୍ୟାତ୍ମିକତା ସୃଷ୍ଟି ହୋଇଥିଲା। ଏଥିରେ ଘରୋଇ ବସ୍ ମାଲିକ ସଂଘ,ନୀଳଗିରି କର୍ମଚାରୀ ସଂଘ,ନୀଳାଚଳ ଅଟୋ ଚାଳକ ସଂଘ,ମା ତାରିଣୀ ଅଟୋ ଚାଳକ ସଂଘ, ପୁରୀ ଅଟୋ ଚାଳକ ୟୁନିୟନ ପ୍ରମୂଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟ – ଆଟା ଆୟୋଜନ କରିଥିଲା।