
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପବିତ୍ର ଦୀପାବଳିରେ ଅଶାନ୍ତ ହୋଇଛି ପୁରୀଜିଲ୍ଲା ଅନ୍ତର୍ଗତ ପିପିଲି | ଫୁଟିଛି ଗୁଳି ଏବଂ ହୋଇଛି ବୋମା ମାଡ |ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପିପିଲିରେ ଯୁବକଙ୍କୁ ଗୁଳିମାଡ |NAC ଅଞ୍ଚଳ ହନୁମାନ ମନ୍ଦିର ନିକଟରେ ଯୁବକଙ୍କୁ ହୋଇଛି ଗୁଳିମାଡ |ଏହି ଗୁଳିମାଡ଼ ରେ ଯୁବକ ଆହତ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସାନୁ ପ୍ରଧାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି |ଯୁବକଙ୍କ ଜଙ୍ଘରେ ଗୁଳିମାଡ଼ ହୋଇଥିବା ଜଣାପଡିଛି |କମେଣ୍ଟ ମରାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ ଓ ବିଭିନ୍ନ ସ୍ଥାନରେ ବୋମା ମାଡ ପରେ ଆଜି ଗୁଳିକାଣ୍ଡ ଘଟିଛି |ଆହତ ଯୁବକ ହେଲେ ପିପିଲି ଉଜେଣିପଡା ର ସାନୁ ପ୍ରଧାନ |ଘଟଣା ସମ୍ପର୍କରେ ଖବର ପାଇଁ ପିପିଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |