କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପବିତ୍ର ଦୀପାବଳୀ, ଶ୍ୟାମା ପୂଜା ଅବସରରେ ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ୧୦୮ ଥର ଓଁକାର ମନ୍ତ୍ର ପ୍ରତିଧ୍ବନିତ କରାଯାଇଥିଲା। ନବକଳେବର ରୋଡ ଆଖଣ୍ଡଳମଣି ମନ୍ଦିର ପରିସର ଓଁକାର ଧ୍ବନୀରେ ପ୍ରକମ୍ପିତ ହୋଇଥିଲା । ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ରର ଯୋଗଗୁରୁ ମନୋଜ ନାୟକଙ୍କ ପ୍ରତେକ୍ଷ ତତ୍ତ୍ବବଧାନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ସମୁହ ଦୀପଦାନ ସହ ଓଁ କାର କରାଯାଇଥିଲା। ଯୋଗ ଶିକ୍ଷା କେନ୍ଦ୍ର କର୍ମକର୍ତ୍ତା ମାନେ ଝୋଟି ଚିତାରେ ସୁସଜ୍ଜିତ କରି ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ। ଯୋଗଗୁରୁ ଙ୍କ ନିଦ୍ଦେଶରେ ପ୍ରଥମେ ସୂର୍ଯ୍ୟ ନମସ୍କାର, ଚନ୍ଦ୍ର ନମସ୍କାର କରାଯିବା ପରେ ଓଁକାର ମନ୍ତ୍ର ଉଚାରଣ କରାଯାଇଥିଲା। ଦୀପାବଳୀ ରେ ପ୍ରତିଟି ମଣିଷ ତାଙ୍କ ପୂର୍ବପୁରୁଷମାନଙ୍କୁ ଶ୍ରାଦ୍ଧ ଓ ଦୀପଦାନ କରିଥାନ୍ତି କିନ୍ତୁ ଯୋଗଶିକ୍ଷା କେନ୍ଦ୍ର ର ଦୀପଦାନ ଓ ଓଁକାର ଉଦ୍ଦେଶ୍ୟ ବିଶ୍ବଶାନ୍ତି ଓ ଆମର ପିତୃପୁରୁଷ ମାନଙ୍କ ସ୍ବର୍ଗରୋହଣ ଆତ୍ମାର ସଦଗତି ହେଉ। ଏଥି ସହିତ ଦୀପାବଳୀ ଅବସରରେ ଏଭଳି ଯୋଗ ପରିବେଶଣ ମନରେ ଶାନ୍ତି ଦେଇଛି ବୋଲି ଯୋଗଗୁରୁ ମନୋଜ କୁମାର ନାୟକ,କୃଷ୍ଣଚନ୍ଦ୍ର ସାହୁ ଏବଂ ଯୋଗ ଶିକ୍ଷାର୍ଥୀ ମାନେ ସୂଚନା ପ୍ରଦାନ କରିଛନ୍ତି |
Related Stories
November 23, 2024