-
ସୁସ୍ଥ-ନିରାମୟ ଜୀବନ ଆମ ସଂକଳ୍ପ ହେଉ,
-
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଧନ୍ୱନ୍ତରୀ ଜୟନ୍ତୀ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଜାତୀୟ ଆୟୁଷ ମିଶନ , ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟର ମିଳିତ ଆନୁକୁଲ୍ୟରେ, ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ଆୟୁର୍ବେଦ ଦିବସ ତଥା ଧନ୍ୱନ୍ତରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। “ଘରେଘରେ ଆୟୁର୍ବେଦ”ସ୍ଲୋଗାନ ସହ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଅଧ୍ୟକ୍ଷ, ସମାଜସେବୀ ଓ ସଂଗଠକମାନେ ସକାଳୁ ଗାନ୍ଧୀଘାଟ ସହ ସହର ପରିକ୍ରମା କରିବା ପରେ, ମହାବିଦ୍ୟାଳୟ ରେ ସେମିନାର ଉଦଘାଟିତ ହୋଇଥିଲା। ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଡାକ୍ତର ନାରାୟଣ ଚନ୍ଦ୍ର ଦାସ, ଡାକ୍ତର ନାରାୟଣ ମହାନ୍ତି, ଡାକ୍ତର ବଲ୍ଲଭ ଜୟସିଂହ, ଡାକ୍ତର ରାମକୃଷ୍ଣ ପାଣିଗ୍ରାହୀ,ପ୍ରକୃତିପ୍ରେମୀ ବଦ୍ରି ମିଶ୍ର, ସଂଗଠକ ମଧୁସୂଦନ ମିଶ୍ର ଯୋଗଦାନ କରି ଅସ୍ୱାସ୍ଥ୍ୟକର ପରିବେଶ,ଦିନଚର୍ଯ୍ୟା ଓ ରାତ୍ରିଚର୍ଯ୍ୟା ପାଳନରେ ଦାୟିତ୍ୱହୀନତା, ଖାଦ୍ୟ ଗ୍ରହଣ ରେ ଅନିୟମିତତା,ନିକୋଟିନଯୁକ୍ତ ଖାଦ୍ୟ ର ବହୁଳ ବ୍ୟବହାର ରେ ଜନଜୀବନ ବିପର୍ଯ୍ୟସ୍ତ ହେଵାସହ ଏକ ଅସୁସ୍ଥକର ସମାଜ ସୃଷ୍ଟି ହୋଇଛି ବୋଲି ମତବ୍ୟକ୍ତ କରିଥିଲେ।ଏହି ସେମିନାର ରେ ସମୁଦ୍ର ମନ୍ଥନ ରୁ ଧନ୍ୱନ୍ତରୀ ଙ୍କ ଆବିର୍ଭାବ , ଋଷି ଭରଦ୍ୱାଜ,ଚରକ, ପତଞ୍ଜଳିଙ୍କ ଆୟୁର୍ବେଦ କିପରି ମଣିଷ ସମାଜକୁ ସୁସ୍ଥ ରଖିଥିଲା, ଏନେଇ ଆଲୋଚନା ହୋଇଥିଲା।ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।ଏହି ପରିପ୍ରେକ୍ଷୀରେ ଆୟୁର୍ବେଦ ଉପରେ ରଙ୍ଗୋଲୀ,ଏକକ ଓ ଦଳଗତ ଅଭିନୟ ପ୍ରଦର୍ଶନ ସହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।