କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାକକ୍ଷରେ ସୁଲଭ ପ୍ରକାଶନୀ ଦ୍ବାରା ପ୍ରକାଶିତ ଡକ୍ଟର ଅର୍ଜନା ଆଶ୍ଚର୍ଯ୍ୟଙ୍କ ରଚିତ ତୃତୀୟ କବିତା ସଂକଳନ ‘ଏକାଏକା ରାସ୍ତାରେ’ର ଶୁଭ ଲୋକାର୍ପଣ ହୋଇଯାଇଛି । ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ସଂଯୋଜକ ରାଜେନ୍ଦ୍ର ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି କବି ହରିହର ମିଶ୍ର, କେନ୍ଦ୍ର ବାଲ୍ ପୁରସ୍କାରପ୍ରାପ୍ତ ଲେଖକ ବୀରେନ୍ଦ୍ର ମହାନ୍ତି, ବରିଷ୍ଠ କବି ଡକ୍ଟର ଚିତ୍ତରଂଜନ ମିଶ୍ର, ନାସନାଲ୍ ବୁକ୍ ଟ୍ରଷ୍ଟର ପୂର୍ବତନ ନିର୍ଦ୍ଦେଶକ କବି ମାନସ ରଂଜନ ମହାପାତ୍ର ଯୋଗଦେଇ କବି ଡକ୍ଟର ଅର୍ଜନା ଆଶ୍ଚର୍ଯ୍ୟଙ୍କ କବିତା ସଂକଳନର ପ୍ରଶଂସା କରିବା ସହ ମଣିଷ ଆସିଛି ଏକା ଯିବା ବି ଏକା ଏହି ପ୍ରସଂଗରେ ସୁନ୍ଦର କଥାମାନ କହି କବିଙ୍କୁ ଉତ୍ସାହିତ କରିଥିଲେ । ଜୀବନର ଲକ୍ଷ୍ୟ ସେଇଠି ପହଞ୍ଚିବା ଅନ୍ଧାର ଭିତରୁ ଚେନାଏ ଆଲୋକ ପାଇଲେ ବା ସେହି ଅନୁଭବକୁ ଶବ୍ଦରୂପ ଦେଇ ସାଇତି ରଖି ପାରିଲେ ମଣିଷ ଜୀବନର ସାର୍ଥକତା ଆସିଥାଏ । କିଏ କେତେ କାଳ ବଂଚିଲା ବଡ଼ କଥା ନୁହେଁ କିଏ ସମାଜକୁ କଣ ଦେଲା ବଡ଼ କଥା । ସେହି ଅନୁଭବକୁ ଖୋଜୁଥାଏ କବି, ଖୋଜୁଥାଏ ବି ପାଠକ । ତେଣୁ କବି ଥାଏ ଏକାଏକା ଗହଳି ଭିତରେ । କାହିଁକି ନା ସେ ବହି ସହିତ ବନ୍ଧୁତା କରିବାକୁ ଶବ୍ଦ ଖୋଜୁଥାଏ । ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୂପ, ଦୀପ, ପୁଷ୍ପ ପ୍ରଦାନ
ପୂର୍ବକ ଉଦ୍ଘାଟନ କରାଯାଇଥିବା ବେଳେ ଡକ୍ଟର ସ୍ନେହ ନନ୍ଦ ଜଗନ୍ନାଥାଷ୍ଟକ ଗାନ କରିଥିଲେ । ଅତିଥିମାନେ କବିତା
ସଂକଳନକୁ ଲୋକାର୍ପଣ କରିବା ପରେ ଡ. ପ୍ରସ୍ତୁତି ଦାଶ, ଡକ୍ଟର ବିଶ୍ଵନାଥ ବଳିୟାରସିଂ, ହେମାଙ୍ଗିନୀ ମହାନ୍ତି, ଡକ୍ଟର
ସ୍ନେହ ନନ୍ଦ, ସନ୍ନ୍ୟାସୀ ନାୟକ, ଯୋଗେଶ୍ଵର ପ୍ରହରାଜ, ଶ୍ୟାମପ୍ରକାଶ ସେନାପତି, ଚନ୍ଦ୍ରଶେଖର ମହାରାଣା, ଡକ୍ଟର
ଋତୁବାଳା ଦାଶ, ଆର୍ତ୍ତତ୍ରାଣ ମାନସିଂହ, ଡକ୍ଟର ହେମନ୍ତ ଛୋଟରାୟ, ମିନତି ପଟ୍ଟନାୟକ, ରୂପକଳ୍ପ ମିଶ୍ର, ପ୍ରବାସିନୀ ମିଶ୍ର,ଉମାକାନ୍ତ ମହାପାତ୍ର, ବିଜୟ ମିଶ୍ର ପ୍ରମୁଖ ଲୋକାର୍ପିତ ପୁସ୍ତକରୁ ନିଜ ସ୍ଵରରେ କବିତା ପାଠ କରିଥିଲେ । ଶେଷରେ ସୁଲଭ ପ୍ରକାଶନୀ ତରଫରୁ ପ୍ରିୟପତ୍ରର ସଂପାଦକ ବିପିନବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ । ଡାକ୍ତର ପ୍ରଦ୍ୟୁମ୍ନ କୁମାର ବଡ଼ପଣ୍ଡା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Related Stories
November 23, 2024