ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ନିକଟସ୍ଥ ଷୋଳଘର ଋଷିକୂଲ୍ୟା ନଦୀରେ ଆଜି ସକାଳେ ଦୁଇ ଭାଇ ଗାଧୋଉଥିବା ବେଳେ ପ୍ରଖର ଜଳସ୍ରୋତରେ ଭାସି ଯାଇଥିଲେ । ବଡ ଭାଇ କାହ୍ନୁଚରଣ ମହାନ୍ତିଙ୍କୁ ସ୍ଥାନୀୟ ଲୋକେ ନଦୀ ଜଳରୁ ଉଦ୍ଧାର କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଦୁଇ ଭାଇଙ୍କ ମଧ୍ୟରୁ ସାନ ଭାଇ ସୁମିତ ମହାନ୍ତିଙ୍କ ପତା ମିଳିନି ।
Related Stories
November 23, 2024