ପୁରୀ, ଆଜି ଦୀପାବଳିରେ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟୋପରାଗ । ଏହି ସମୟରେ ପାକତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ଆଜି ପରାଗ ସ୍ପର୍ଶ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ରହିଛି ଓ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ ସର୍ବମୋକ୍ଷ ହେବ । ସୂର୍ଯ୍ୟୋପରାଗର ୧୨ ଘଂଟା ପୂର୍ବରୁ ଅର୍ଥାତ୍ ଆଜି ଭୋର୍ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ସେଥିପାଇଁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ସଅଳ ସମ୍ପନ୍ନ ହୋଇଛି । ଆଜି ସୂର୍ଯ୍ୟପରାଗ ପାଇଁ ଭକ୍ତଙ୍କ ନିମନ୍ତେ ଦର୍ଶନ ମଧ୍ୟ ବନ୍ଦ ରହିଛି ।
ଏହି କ୍ରମରେ ସୋମବାର ରାତି ୧୨ଟାରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ସହ ସାଢ଼େ ୨ଟାରୁ ୩ଟା ଭିତରେ ସକାଳଧୂପ, ଭୋର୍ ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିଛି । ଅପରାହ୍ନ ୪ଟା ୫୬ରେ ପରାଗ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ବଢ଼ିବା ପରେ ଅନ୍ୟାନ୍ୟ ନୀତି ଚାଲିବ । ମୋଟ୍ ୧୬ ମିନିଟ ୨୬ ସେକେଣ୍ଡ ପାଇଁ ପୁରୀକୁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ।