ଧର୍ମଶାଳା – ପ୍ରଶାସନ ଯେତେ ଚେଷ୍ଟା କଲେ ସୁଦ୍ଧା ବ୍ୟସ୍ତବହୁଳ ଚଣ୍ଡିଖୋଲ ଛକର ଟ୍ରାଫିକ ସମସ୍ୟା ସୁଧୁରିବାର ନାଁ ଧରୁନି । ଆଜି ପୁଣି ଏକ ଟ୍ରକ ଧକ୍କାରେ ଗୁରୁତର ଅବସ୍ଥାରେ ଜଣେ ବୃଦ୍ଧଙ୍କୁ ଉଦ୍ଧାର କରି ବଡଚଣା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଗୁରୁତର ହୋଇଥିବା ବୁଦ୍ଧ ଜଣକ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳର ବୋଲି ଜଣାପଡିଛି । ବୁଦ୍ଧ ଜଣକ ସହଦେବ ସାହୁ ହୋଟେଲ ସମ୍ମୁଖ ଆଗରେ ଚାନ୍ଦବାଲି ଯିବାକୁ ବସକୁ ଅପେକ୍ଷା କରିଥିଲା ବେଳେ ଡୁବୁରୀ ଆଡୁ ଏକ ଦ୍ରୁତଗାମୀ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଟ୍ରକର ଆଗଚକା ବୃଦ୍ଧଙ୍କ ଡାହାଣ ଗୋଡରେ ସଂପୂର୍ଣ୍ଣ ଭାବରେ ଚଢି ଯାଇଥିବା ପ୍ରତ୍ୟେକଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହ ଯୋଗରେ ଆମ୍ବୁଲାନ୍ସ ଯୋଗେ ବଡଚଣା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ସେଠାରେ ଡାହାଣ ଗୋଡଟି ସଂପୂର୍ଣ୍ଣ ନଷ୍ଟ ହୋଇଥିବାରୁ କାର୍ଯ୍ୟରତ ଡାକ୍ତର ତାଙ୍କୁ କଟକ ମେଡିକାଲକୁ ପଠାଇ ଦେଇଥିଲେ । ଟ୍ରକଟିକୁ ଜବତ କରି ଚଣ୍ଡିଖୋଲ ଫାଣ୍ଡି ପୋଲିସ ତଦନ୍ତ ଚଳାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ନୂତନ କରି ଦାୟିତ୍ୱ ଗ୍ରହଣ କରିଥିବା ଏସ.ଡି.ପି.ଓ ଚିନ୍ମୟ ମହାନ୍ତି ଆଜି ଅପରାହ୍ନରେ ଏକ ବୈଠକ ଡାକିଥିଲେ । ନିଜେ ଏସ.ଡି.ପି.ଓ ବୈଠକକୁ ଆସିଥିବା ବେଳେ କୌଣଶି ଜରୁରୀ କାମ ପାଇଁ ବୈଠକଟିକୁ ବାତିଲ କରାଯାଇଥିଲା । ଦୁର୍ଘଟଣା ଘଟିଥିବା ସ୍ଥାନକୁ ମଧ୍ୟ ଶ୍ରୀ ମହାନ୍ତି ଆସି ତଦାରଖ କରିଥିଲେ । କିଛିଦିନ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ଟ୍ରାଫିକ ପୋଷ୍ଟ ଓ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ନୂତନ ସ୍ପିଡ ବ୍ରେକର ଲଗାଯାଇଥିଲେ ମଧ୍ୟ ଦୁର୍ଘଟଣା କମିବା ପରିବର୍ତେ ବଢିବାରେ ଲାଗିଛି ।
Related Stories
November 23, 2024
November 23, 2024
November 23, 2024