
ଭୁବନେଶ୍ଵର, ଅବପାତରେ ପରିଣତ ହୋଇଛି ବାତ୍ୟା ସିତ୍ରାଙ୍ଗ । ପରବର୍ତୀ ୬ ଘଂଟା ମଧ୍ୟରେ ଏହା ଦୁର୍ବଳ ହୋଇ ଏକ ସୂଦୃଶ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।
ଗତକାଲି ରାତି ୯ଟା ୩୦ ରୁ ୧୧ଟା ୩୦ ମଧ୍ୟରେ ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ସିତ୍ରାଙ୍ଗ । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।