ଏକ ସମୃଦ୍ଧ ଓ ଶୃଙ୍ଖଳିତ ସମାଜ ଓ ରାଜ୍ୟ ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ।ଶୁଦ୍ଧ ଚରିତ୍ର ଗଠନ ଏକ ସୁସ୍ଥ ସମାଜ ର ସର୍ବଶ୍ରେଷ୍ଠ ଆବଶ୍ୟକତା। ସ୍ବର୍ଗତ ପଦ୍ମନାଭ ଦାଶ ଦୀର୍ଘ ଦଶନ୍ଧୀ ଧରି କେବଳ ପୁରୀ ଜିଲ୍ଲା ପାଇଁ ନୁହେଁ, ଓଡ଼ିଶା ର ଶିକ୍ଷାଦାନ ସହ ସତ୍ ମାର୍ଗଦର୍ଶକ ଥିଲେ। ତାଙ୍କ ପ୍ରେରଣାରେ ହାଣ୍ଡିଶାଳରୁ ଝିଅମାନେ ପାଠ ପଢ଼ିବାକୁ ଆସିବା ଥିଲା ଉଲ୍ଲେଖନୀୟ। ସେଭଳି ଜଣେ ଶିକ୍ଷାବିତଙ୍କ ଜନ୍ମ ଶତବାର୍ଷିକୀ ପାଳନ ବିଶ୍ଵମ୍ଭର ବିଦ୍ୟାପୀଠ ପାଇଁ ଗର୍ବର କଥା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ରବିନ୍ଦ୍ର ନାଥ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ
ବର୍ମା, ଶିକ୍ଷାବିତ୍ ସୂର୍ଯ୍ୟ ମିଶ୍ର, ନାଲକୋ ସିଏମଡି ଶ୍ରୀଧର ପାତ୍ର, ଖଲିକୋଟ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫୁଲ୍ଲ ମହାନ୍ତି, ପ୍ରାକ୍ତନ ଆୟକର କମିଶନର ଶରତ ଦାଶ, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋର୍ତିମୟୀ ମିଶ୍ର ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଦାଶଙ୍କ ସ୍ମୃତିଚାରଣ କରିଥିଲେ। ସଂପାଦକ ଦେବୀପ୍ରସନ୍ନ ନନ୍ଦ ଓ କାଳୀପ୍ରସାଦ ଦାଶଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମନାଭ ଦାଶଙ୍କ ସ୍ମୁତି ରେ ଏକ ସ୍ମରଣିକା ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଏଥିରେ ଶିକ୍ଷାବିତ୍ ରଘୁନାଥ ମହାପାତ୍ର, ବଦ୍ରି ମିଶ୍ର,ପ୍ରଭାତ ରଥ, କାଶୀନାଥ ଖୁଣ୍ଟିଆ,ରବି ଶତପଥି,ବିଜୟ ରାମାନୁଜ ଦାସ, ସୌମେନ୍ଦ୍ର ଦାସ,ଶ୍ୟାମପ୍ରକାଶ ସେନାପତି,ଅଞ୍ଜଳି ନାୟକ,ଟି.ବାନାମ୍ବର ପାତ୍ର,ବାନାମ୍ବର ସେନାପତି,ମମତା ମିଶ୍ର,ଗିରିଜା ପାଢ଼ୀ, ଭାସ୍କର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।