ଭୁବନେଶ୍ୱର , ଜେଲରେ ଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ରବିବାର ଦିନ ଜେଲରେ ଭେଟାଭେଟି ହୋଇଛନ୍ତି । ଜେଲ ଅଧୀକ୍ଷକ ଓ ମହିଳା ୱାର୍ଡର ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ୧୫ ମିନିଟ୍ ପାଇଁ ବାର୍ତାଳାପ ହୋଇଥିଲା । ଜେଲ୍ କାର୍ଯ୍ୟାଳୟରେ ଉଭୟଙ୍କ ଭିତରେ ଭେଟଘାଟ ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ଦୁଇଦିନ ତଳେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କମିସନରେଟ୍ ପୁଲିସ ଉଠାଇନେଇଥିଲା । ଜଗବନ୍ଧୁଙ୍କୁ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇ ପୁଲିସ ପଚରାଉଚରା କରିବା ପରେ ଗିରଫ କରିଥିଲା ।