
ଜୟପୁର,କୋରାପୁଟ ଜିଲ୍ଲା ଅମଲା ସଂଘ ସମ୍ପାଦକ ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋରାପୁଟ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ମାନେ ଯୋଗ ଦେଇଥିଲେ। ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ମୁଖ୍ୟତଃ କନିଷ୍ଠ ସହକାରୀ ମାନଙ୍କର ପ୍ରବେଶିକା ଯୋଗ୍ୟତା ସ୍ନାତକ କରାଯାଇଥିବା ସ୍ଥଳେ ସେହି ଆଧାରରେ ସରକାର କନିଷ୍ଠ ସହକାରୀ ମାନଙ୍କର ଦରମା ପ୍ରଦାନରେ ପାତର ଅନ୍ତର ନୀତି, ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅମଲା ମାନଙ୍କ ପ୍ରବେଶିକା ଗ୍ରେଡ ପେ ୪୨୦୦/- ହାରରେ ପ୍ରଦାନ କରୁଥିବା ସ୍ଥଳେ ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ଅମଲା ମାନଙ୍କ ପ୍ରବେଶିକା ଦରମା ୪୨୦୦/- ଗ୍ରେଡ଼ ପେ କରିବା ନିମନ୍ତେ ଦାବି ଉପସ୍ଥାପନ କରାଯାଇଥିଲା। ସମାନ କାମ ପାଇଁ ସମାନ ଦରମା କହୁଥିବା ସରକାରଙ୍କ ଏଭଳି ପାତର ଅନ୍ତର ନୀତି ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ବାରମ୍ବାର ସରକାରଙ୍କ ନିକଟରେ ଦାବି କରିଥିଲେ ମଧ୍ୟ ଏ ନେଇ କିଛି ସୁଫଳ ପାଇନଥିବା ଯୋଗୁଁ ତା ୩୦.୧୦.୨୦୨୨ ରେ ରାଜ୍ୟ ଅମଲା ସଂଘ ର ଡାକରାରେ ଭୁବନେଶ୍ଵର ଜୟଦେବ ଭବନରେ ଥିବା ବିଶାଳ ସମାବେଶରେ ଯୋଗ ଦେବା ନିମନ୍ତେ ସମସ୍ତେ ନିଜ ନିଜର ମତବ୍ୟକ୍ତ କରିଥିଲେ।
ଏଥିରେ କୋରାପୁଟ ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ, ବରିଷ୍ଠ ସହାୟକ ଓ କନିଷ୍ଠ ସହାୟକ, ସହାୟିକା, ବିଭାଗୀୟ ଅଧିକାରୀ, କୃଷି ବିଭାଗ ଜୟପୁର ଓ ବରିଷ୍ଠ ସହକାରୀ ଶିକ୍ଷା ବିଭାଗ ବୈପାରିଗୁଡା ପ୍ରମୋଦ କୁମାର ଭୂୟାଁ ଓ ଜଳସେଚନ ବିଭାଗ କନିଷ୍ଠ ସହକାରୀ ବୋରିଗୁମ୍ମା ଶ୍ରୀମତୀ ଲଳିତା ପଟ୍ଟନାୟକ, ତୃଣମୂଳ ସ୍ତରରୁ ସଂଘକୁ ସୁଦୃଢ କରିବା ନିମନ୍ତେ ଦିଗ୍ ଦର୍ଶନ ଦେଇଥିଲେ। ପରିଶେଷରେ ଶ୍ରୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।