ସୁବର୍ଣ୍ଣପୁର, ପବିତ୍ର କାର୍ତିକ ମାସ ସୋମବାର ତଥା ଚତୁର୍ଦଶୀକୁ ଦୃଷ୍ଟିରେ ରଖି ଆଜି ସ୍ଵଚ୍ଛ ଭାରତ ସଂଗଠନ ସୋନପୁର – ମନମୁଣ୍ଡା ଓ ଦିଲ୍ଲୀ ନେହେରୁ ଯୁବ କେନ୍ଦ୍ର ସୋନପୁର ଶାଖା ପକ୍ଷରୁ ସୁବର୍ଣ୍ଣପୁର ମୁଖ୍ୟ ପର୍ଯ୍ୟଟନ କେନ୍ଦ୍ର ଶ୍ରୀ ରାମେଶ୍ଵରଙ୍କ ମନ୍ଦିରର ଚତୃପାର୍ଶ୍ଵରେ ଏକ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ସ୍ଵଚ୍ଛ ଭାରତର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଅଶୋକ ହୋତା, ଡା. ସୁନୀଲ ମହାପାତ୍ରଙ୍କ ତତ୍ଵାବଧାନ ଓ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୟଦ ଅଲିମୁଲ ଇସଲାମ, ରାମଚନ୍ଦ୍ର ଅଗ୍ରୱାଲା, ପ୍ରଫୁଲ୍ଲ ନାଏକ, ପ୍ରମୋଦ ସାହୁ, ବୃନ୍ଦାବନ ରଥ, ଜୟନ୍ତୀ ରଥ, ମନୋଜ ପଣ୍ଡା, ନାରାୟଣ ରଥ, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ଅମର ଭୁତ, ପ୍ରତାପ ଦାଶ, ସିମାଞ୍ଚଳ ହୋତା, ତରଣୀ ମେହେର, ଡା. ସରୋଜ ପଟେଲ, ସୁଶାନ୍ତ ସାହୁ, ଜୟ ନାରାୟଣ ସାହୁ, ରାମୁ ତିୱାର, ପ୍ରତିମନ କର୍ଣ ପ୍ରମୁଖ ସ୍ଵଚ୍ଛ ଭାରତର ଅନେକ ସଭ୍ୟ ଏବଂ ନେହେରୁ ଯୁବ କେନ୍ଦ୍ରର ଭୋଲେଣ୍ଟୀଅର ଶେଷଦେବ ନନ୍ଦ ଓ ଲଳିତା କୁମ୍ଭାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଳିଆ ଆବର୍ଜନା ଓ ପଲିଥିନ ସଫେଇ କରିବା ସହ ଜନସାଧାରଣଙ୍କୁ ଏନେଇ ସଚେତନ କରାଇଥିଲେ।