ଭୁବନେଶ୍ୱର , ଧନତେରସ୍ ଅବସରରେ ଅଳଙ୍କାର କିଣି ଘରକୁ ଆଣିଲେ ଲକ୍ଷ୍ମୀ ଠାକୁରାଣୀଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଧନତେରସ ପାଇଁ ରାଜଧାନୀର ବିଭିନ୍ନ ଅଳଙ୍କାର ଦୋକାନଗୁଡ଼ିକରେ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ଲାଗିଛି । ବିଭିନ୍ନ ବର୍ଗର ଲୋକମାନେ ନିଜର ସକ୍ଷମତା ଅନୁଯାୟୀ ସୁନା କିମ୍ବା ରୂପା ଗହଣା କିଣିବା ପାଇଁ ଦୋକାନ ଗୁଡିକରେ ଭିଡ ଲଗାଇଛନ୍ତି । ଅନ୍ୟପଟରେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ଚାହିଦାକୁ ଦେଖି ଦୋକାନୀମାନେ ବିଭିନ୍ନ ପ୍ରକାର ରିହାତି ଅଫର ରଖିଛନ୍ତି । କିଏ ସୁନା ଗହଣା ଗଢା ମଜୁରୀ ଉପରେ ରିହାତି ଦେଇଛି ତ ଆଉ କିଏ ରୁପା ଗହଣା ତିଆରି ମଜୁରି ଛାଡ କରିଛି । ଦୁଇ ବର୍ଷ ପରେ ଏଥର ଧନତେରସ ଗହଣା ଦୋକାନରେ ଭଲ ଭିଡ ହୋଇଛି ।
Related Stories
November 24, 2024
November 24, 2024